ତେଲଙ୍ଗାନାରେ ମଇ ୨୯ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ଅଗଷ୍ଟ ସୁଦ୍ଧା କରୋନା ଭାକସିନ : କେସିଆର

ହାଇଦ୍ରାବାଦ : ଦେଶରେ ଲକଡାଉନ ଅବଧି ମଇ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ତେଲଙ୍ଗାନା ସରକାର ନିଜ ରାଜ୍ୟରେ ଏହାକୁ ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଲକଡାଉନ ଅବଧି ବଢ଼ାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କରୋନା ଭୂତାଣୁ ପାଇଁ ଭାକସିନ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଭାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଶା ପ୍ରକଟ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ୧୧୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୬୯ କରୋନା ସଂକ୍ରମିତ ହୋଇଥିବା ବେଳେ ୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କ ପ୍ରାଣ ଯାଇଛି।

Comments are closed.