ମାନବ ଚାଲାଣ ଅଭିଯୋଗରେ ତେଲଙ୍ଗାନାର ପୂର୍ବତନ ବିଧାୟକ ଗିରଫ

0

ହାଇଦରାବାଦ : ବେଆଇନ ମାନବ ଚାଳାଣ ଅଭିଯୋଗରେ ତେଲଙ୍ଗାନାର ପୂର୍ବତନ କଂଗ୍ରେସ ବିଧାୟକ ଜୟପ୍ରକାଶ ରେଡ୍ଡି ଓରଫ ଜଗା ରେଡ୍ଡି ଗିରଫ ହୋଇଛନ୍ତି। ସେ ୨୦୦୪ ମସିହାରେ ୧୫ଲକ୍ଷ ଟଙ୍କା ନେଇ ଜାଲ୍‍ କାଗଜପତ୍ର ବଳରେ ତିନି ଜଣଙ୍କୁ ଆମେରିକା ପଠାଇବା ଉଦ୍ୟମ କରି ଧରାପଡ଼ିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସଙ୍ଗା ରେଡ୍ଡି ବିଧାନସଭା ଆସନରୁ ସେ ବିଧାୟକ ଥିଲେ। ନିଜ ସହିତ ପତ୍ନୀ, ଝିଅ ଓ ପୁଅଙ୍କ ନାମରେ ପାସପୋର୍ଟ ପ୍ରସ୍ତୁତ କରି ସେଥିରେ ସେ ଅନ୍ୟ ତିନି ଜଣଙ୍କ ଫଟୋ ଲଗାଇଥିଲେ ଓ ଏହି ପାସପୋର୍ଟ ବଳରେ ସେମାନଙ୍କୁ ଆମେରିକା ପଠାଇବା ଯୋଜନା କରିଥିବା ଅଭିଯୋଗ ହୋଇଥିଲା।

Leave A Reply