ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ ଚାଷୀ, ୪ବର୍ଷରେ ପତ୍ନୀଙ୍କ ସମ୍ପତ୍ତି ୧୦ଗୁଣା ବୃଦ୍ଧି

0

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମାରାଓ ଜଣେ ଚାଷୀ। ଚାଷ କରି ସେ ୪ବର୍ଷ ମଧ୍ୟରେ ୬୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସୋମବାର ରାମାରାଓ ସିରସିଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ନିଜର ବୃତ୍ତି ଓ ରୋଜଗାର ସମ୍ପର୍କରେ ସୂଚନା ଦେଇଛନ୍ତି। ସତ୍ୟପାଠରେ ସେ ନିଜକୁ ଜଣେ ଚାଷୀ ଓ ପୂର୍ବତନ ମନ୍ତ୍ରୀ ବୋଲି ଦର୍ଶାଇଛନ୍ତି। ଚାଷ କାମରୁ ସେ ୬୦ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ଅନ୍ୟ ଉତ୍ସରୁ ୧୪.୫୭ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ୨୦୧୪ ନିର୍ବାଚନ ସମୟରେ ରାମାରାଓ ତାଙ୍କ ସତ୍ୟପାଠରେ ନିଜକୁ କେବଳ ଜଣେ ବିଧାୟକ ବୋଲି ଦର୍ଶାଇଥିଲେ। ଦଳ ରାଜ୍ୟରେ କ୍ଷମତାକୁ ଆସିବା ପରେ ସେ ମନ୍ତ୍ରୀ ହୋଇଥିଲେ। ମନ୍ତ୍ରୀ ହେବା ପରେ ସେ ଚାଷ କାମ ଆରମ୍ଭ କରିଥିଲେ। କାରଣ ରାମାରାଓ ପୂର୍ବରୁ ଚାଷ କାମ କରୁଥିବା ନେଇ ଦର୍ଶାଇ ନାହାନ୍ତି। ରାମାରାଓଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୫.୬୭ କୋଟି ଟଙ୍କା। ୨୦୧୪ରେ ଏହି ସମ୍ପତ୍ତି ମୂଲ୍ୟ ୪କୋଟି ଥିଲା। ରାମାରାଓଙ୍କ ପତ୍ନୀ ଶୈଳୀମାଙ୍କ ସମ୍ପତ୍ତି ୪ବର୍ଷ ମଧ୍ୟରେ ୧୦ଗୁଣା ବୃଦ୍ଧି ପାଇଛି। ୨୦୧୪ରେ ଶୈଳିମାଙ୍କ ସମ୍ପତ୍ତି ପରିମାଣ ୪.୨୦କୋଟି ଟଙ୍କା ଥିବାବେଳେ ଏବେ ଏହା ୪୬କୋଟିରେ ପହଞ୍ଚିଛି।

Leave A Reply