ତେଲେଙ୍ଗାନା : ଅଟୋରିକ୍ସା-ଲରି ଧକ୍କା ,୫ ଜଣଙ୍କର ଦୁଃଖଦ ମୃତ୍ୟୁ

ହାଇଦ୍ରାବାଦ : ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଶନିବାର ଦିନ ଏକ ଅଟୋରିକ୍ସାକୁ ଲରି ଧକ୍କା ଦେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏ ସମ୍ପର୍କରେ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି।

ମୋମିନପେଟ ବ୍ଲକର ଇଜ୍ରା ଚିତ୍ତମ୍ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ପାଞ୍ଚ ଜଣ  କୃଷି ଶ୍ରମିକଙ୍କୁ ଶଙ୍କରପାଲ୍ଲୀରେ କପା କ୍ଷେତକୁ ନେଇ ଯାଉଥିବା ବେଳେ ଅଟୋ ରିକ୍ସାକୁ ଦ୍ରୁତ ଗତିରେ ଆସୁଥିବା ଏକ ଲରି ଧକ୍କା ଦେଇଥିଲା। ଗାଁରୁ ଆଉ କିଛି ଶ୍ରମିକ ନେବାକୁ ଅଟୋ ଡ୍ରାଇଭର ଗାଡି ଅଟକାଇ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Comments are closed.