ଜନ୍ତରମନ୍ତରରେ ବିରୋଧୀଙ୍କୁ ଏକାଠି କଲେ ତେଜସ୍ୱୀ

0

ନୂଆଦିଲ୍ଲୀ : ବିହାର ମୁଜାଫରପୁର ଜିଲାର ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ବିରୋଧୀ ଦଳଗୁଡିକ ପକ୍ଷରୁ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ଦ୍ୱାରା ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ବିକ୍ଷୋଭରେ କଂଗ୍ରେସ, ସିପିଆଇ ଓ ଲୋକତାନ୍ତ୍ରିକ ଜନତା ଦଳ ସାମିଲ ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସିପିଆଇ ନେତା ଡି ରାଜା, ସୀତାରାମ ୟେଚୁରୀ, ଆପ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ଅତୁଲ କୁମାର ଅଞ୍ଜନ ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ ଦେଶର ମହିଳାଙ୍କ ପାଇଁ ଆମେ ଏଠାରେ ଏକାଠି ହୋଇଛୁ। ଏହି ଘଟଣାରେ ନୀତୀଶ ଯଦି ବାସ୍ତବରେ ଲଜ୍ଜିତ ତେବେ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ବିହାର ସରକାର ଏହାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି। ତେବେ ଏହି ତଦନ୍ତ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବା ଦରକାର ବୋଲି ରାହୁଲ କହିଛନ୍ତି।

Leave A Reply