ବିଜେପି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ତେଜପ୍ରତାପ

0

ବୈଶାଳୀ : ବିଜେପି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆର୍‍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜ ପ୍ରତାପ ଯାଦବ ଅଭିଯୋଗ କରିଛନ୍ତି। ବୁଧବାର ଇଦ୍‍ ଉଲ୍‍-ଜୁହା ଅବସରରେ ମହୁଆଠାରେ ସେ କିଛି ଲୋକଙ୍କୁ ସାକ୍ଷାତ କରୁଥିବା ବେଳେ ଜଣେ ସଶସ୍ତ୍ର ବ୍ୟକ୍ତି ତାଙ୍କ ହାତ ଭିଡି ଜାବୁଡି ଧରିଥିଲା। ହାତ ଛଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବହୁ ସମୟ ପର୍ଯ୍ୟନ୍ତ ଛାଡ଼ି ନ ଥିଲା। ପରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଡ୍ରାଇଭର ଉକ୍ତ ବ୍ୟକ୍ତିକୁ ଧରିପକାଇଥିଲେ। ଉପସ୍ଥିତ ଦଳୀୟ କର୍ମୀମାନଙ୍କ ସହାୟତାରେ ତାକୁ ଧରି ପୁଲିସ ଜିମା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି। ତାଙ୍କୁ ହତ୍ୟା କରିବା ଲାଗି ଏହା ବିଜେପି ଓ ଆର୍‍ଏସ୍‍ଏସ୍‍ର ଷଡ଼ଯନ୍ତ୍ର ବୋଲି ତେଜପ୍ରତାପ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ରାଜ୍ୟରେ ବିଧାୟକ ଓ ମନ୍ତ୍ରୀମାନେ ସୁରକ୍ଷିତ ନୁହନ୍ତି ବୋଲି ସେ ଦର୍ଶାଇଛନ୍ତି। ବିଜେପି ଏବଂ ଆର୍‍ଏସ୍‍ଏସ୍‍ ତାଙ୍କ ଫେସ୍‍ବୁକ୍‍ ଆକାଉଣ୍ଟ ହ୍ୟାକିଂ କରିଥିବା ନେଇ ତେଜ୍‍ ପ୍ରତାପ ଗତ ଜୁଲାଇରେ ଅଭିଯୋଗ କରିଥିଲେ।

Leave A Reply