ଜାଣନ୍ତୁ କିଏ ହେଉଛନ୍ତି ତେଜସ୍ୱୀ ଯାଦବଙ୍କର ଭାବି ପତ୍ନୀ

 

ପାଟନା – ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ଲାଲୁଙ୍କର ସାନ ପୁଅ ତେଜସ୍ୱୀ ଥିଲେ ବିହାରର ସବୁଠାରୁ ଏଲିଜେବଲ୍‌ ବ୍ୟାଚଲର । ତାଙ୍କ ପାଖକୁ ବିବାହ ପାଇଁ ୪୪ ହଜାରରୁ ଅଧିକ ଯୁବତୀ ପ୍ରସ୍ତାବ ଦେଇଥିଲେ । ମାତ୍ର ତେଜସ୍ୱୀ ଏୟାର ହୋଷ୍ଟେସ୍‌ ଏଲେକ୍ସିସ୍‌ଙ୍କୁ ବିବାହ କରିବେ । ଦୁଇ ଜଣଙ୍କର ନିର୍ବନ୍ଧ ସରିଛି ।

ଏକ ସୂଚନା ଅନୁଯାୟୀ ଲାଲୁ ପ୍ରସାଦ ଯାଦବ ଏହି ବିବାହ ପାଇଁ ଅସହମତ ଥିଲେ। ମାତ୍ର ତେଜସ୍ୱୀଙ୍କର ଏଲେକ୍ସିସ୍‌ଙ୍କ ସହ ବନ୍ଧୁତା ୬ ବର୍ଷ ପୁରଣା । ଦୁଇ ଜଣ ପରସ୍ପରକୁ ବିଭିନ୍ନ ସମୟରେ ଭେଟୁଥିଲେ । ଏଲେକ୍ସିସଙ୍କ ପିତା ଗୋଟିଏ ସ୍କୁଲ୍‌ର ପ୍ରିନ୍ସପାଲ୍‌ । ମାତ୍ର ଦୀର୍ଘଦିନ ପରେ ଲାଲୁ ନିଜ ପୁଅର ଜିଦ୍‌ ଆଗରେ ହାର ମାନିଛନ୍ତି । ଶେଷରେ ଦୁଇ ଜଣଙ୍କର ବିବାହ ହେବା ପାଇଁ ଯାଉଛି । ଲାଲୁ ତେଜସ୍ୱୀଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କରିସାରିଛନ୍ତି ।

ତେଜସ୍ୱୀଙ୍କର ଭାବି ପତ୍ନୀ ପ୍ରଥମେ ଏୟାରହୋଷ୍ଟେସ୍‌ ଭାବେ କାର୍ଯ୍ୟ କରୁଥିଲେ । ସେ ଦିଲ୍ଲୀର ବସନ୍ତ ବିହାରର ରୁହନ୍ତି । ତାଙ୍କର ପିତା ଚଣ୍ଡୀଗଡ଼ର ଏକ ବିଦ୍ୟାଳୟର ପ୍ରିନ୍ସପାଲ୍‌ । ତେଜସ୍ୱୀ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ ।

Comments are closed.