ଆରଜେଡି ନେତାଙ୍କୁ ଦୋଷ ଦେବା ପରେ ସମ୍ମାନ ସମ୍ଭାଳିବାକୁ ଚେଷ୍ଟା କଲେ ତେଜପ୍ରତାପ

ପାଟଣା .- ଲୋକସଭା ନିର୍ବାଚନରେ ବହୁତ ଖରାପ ପ୍ରଦର୍ଶନ କରିବା ପରେ ରାଷ୍ଟ୍ରୀୟ ଜନତାଦଳରେ ବିଦ୍ରୋହ ବୃଦ୍ଧି ପାଇବାରେ ଲାଗିଛି । ଦଳର ହାରିବା ପାଇଁ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଦେଳ ନେତୃମଣ୍ଡଳକୁ ଦାୟୀ କରିଛନ୍ତି । ହାରିବା କାରଣର ମାନସମନ୍ଥନରେ ତେଜପ୍ରତାପ ଯାଦବ ପହଞ୍ଚ ନଥିଲେ । ହେଲେ ସେ ଚିଠି ପଠାଇଥିଲେ । ଏହି ଚିଠିରେ ସେ ତେଜସ୍ୱୀକୁ ପ୍ରିୟ ଅର୍ଜୁନ କହିବା ସହ ନିଜ ମନର କଥା ରଖିଥିଲେ ।
ଦଳରେ ଅପରାଧି ଓ ଦଳକୁ ଖଣ୍ଡଖଣ୍ଡ କରୁଥିବା ଲୋକଙ୍କୁ ସେ ଅଲଗା କରିବା ପାଇଁ ଚାହୁଁଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ନେତା ହାରିବା ପାଇଁ ନିୟକୁ ଦାୟୀକରିବା ଉଚିତ୍‌ । ଯିଏ ଟିକେଟ୍‌ ବାଣ୍ଟିଲା ତାହାର ଭୁଲ୍‌ ବୋଲି ଲେଖିଛନ୍ତି ।

୨୦୨୦ରେ ସେ ଦଳ ସହ ମିଶିକରି ନିର୍ବାଚନ ଲଢିବା ପାଇଁ ଏଥିରେ ଉଲ୍ଲେଖ କରିଛନ୍ତି । ଏହା ସହ ତେଜସ୍ୱୀଙ୍କର ନେତୃତ୍ୱ ଯାହାକୁ ଭଲ ଲାଗୁ ନାହିଁ ସେ ଦଳ ଛାଡି ଚାଲଯାଆନ୍ତୁ ବୋଲି ସେ କହିଛନ୍ତି ।

Comments are closed.