ଛାଡ଼ପତ୍ର ପାଇଁ ଆବେଦନ କଲେ ଲାଲୁଙ୍କ ପୁଅ ତେଜପ୍ରତାପ, ୬ ମାସ ତଳେ କରିଥିଲେ ବିବାହ

0

ପାଟନା : ବାହାଘରର ୬ ମାସ ନପୂରୁଣୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ଛାଡ଼ପତ୍ର ଆବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମେ’ ୧୨ ତାରିଖରେ ତେଜପ୍ରତାପ ବିହାରର ପୂର୍ବତନ ମଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ତଥା ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶୋର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‍ ଚାଲୁନଥିବା ଶୁଣିବାକୁ ମିଳୁଥିଲା। ତେଜପ୍ରତାପ ପାଟନାର ପରିବାର ଅଦାଲତ (ଫ୍ୟାମିଲ କୋର୍ଟ)ରେ ଛାଡପ୍ରତ ପାଇଁ ଆବେଦନ କରିଛନ୍ତି। ତେଜପ୍ରତାପଙ୍କ ପକ୍ଷରୁ ଆବେଦନ ପରେ କେସ୍‍ ନଂ ୧୨୦୮/୨୦୧୮ରେ ମୋକଦ୍ଦମା ରୁଜୁ ହୋଇଛି। ବିବହା ପରଠାରୁ ପାରିବାରିକ କନ୍ଦଳକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ଏବେ ଏହା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ତେଜପ୍ରତାପଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ଜାଣିବାକୁ ମିଳିଛି।
ତେବେ କେହି ଜଣେ ବାବା ବା ତାନ୍ତ୍ରିକଙ୍କ କହିବା ଅନୁସାରେ ତେଜପ୍ରତାପ ବିବାହ ବିଚ୍ଛେଦ କରିବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି।

Leave A Reply