ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ନିଲମ୍ବିତ ବିଏସଏଫ୍‍ ଯବାନ

ବାରଣାସୀ : ବାରଣାସୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ଶେଷରେ ନିଜର ପ୍ରାର୍ଥୀ ବଦାଳାଇଛି। ଏହି ଆସନ ପାଇଁ ସମାଜବାଦୀ ପାର୍ଟି ପ୍ରଥମେ ଶାଲିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ଶେଷ ସମୟରେ ଦଳ ବିଏସଏଫରୁ ନିଲମ୍ବିତ ଯବାନ ତେଜ ବାହାଦୁର ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ରାୟ ଧୂପଚଣ୍ଡି ନିଲମ୍ବିତ ବିଏସଏଫ୍‍ ଯବାନ ତେଜ ବାହାଦୁରଙ୍କ ସହ ବାରଣାସୀ ଆସନ ପାଇଁ ନାମାଙ୍କନ ଦାଖଲ କରିବା ସମୟରେ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ତେଜ ବାହାଦୁର ଯାଦବ ବିଏସଏଫରେ କାର୍ଯ୍ୟ କରୁଥିବା ସମୟରେ ମିଳୁଥିବା ଖାଦ୍ୟକୁ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଜାରି କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ପରେ ଏହି ଘଟଣାର ତଦନ୍ତ କରାଯାଇ ତେଜ ବାହାଦୁରଙ୍କୁ ନିଲମ୍ବନ କରାଯାଇଥିଲା।

Comments are closed.