ବାଲି ଚୋରାଚାଲାଣ ବେଳେ ୪ଟ୍ରାକ୍ଟର ଧରିଲେ ତହସିଲଦାର, ଜୋରିମାନା ଆଦାୟ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ଅଧିନ ଭାମିନି ରାଜସ୍ବ ସର୍କଲ ନିକଟସ୍ଥ ଖିଲିଙ୍ଗରାଇ ବେଆଇନ  ମୋଜାରୁ ବାଲି ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର ଜବତ କରାଯାଇଛି। ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ ଚଢ଼ଉ କରି ୪ଟାକ୍ଟର ଜବତ କରିଥିବା ଜଣାପଡିଛି। ଉକ୍ତ ବାଲିଘାଟ ଟେଣ୍ଡର ହୋଇଥିବାବେଳେ ବେଆଇନ ବାଲିଚାଲାଣ ହେଉଥିବା ଖବରପାଇ ତହସିଲଦାର ଚଢ଼ଉ କରିବା ପରେ ଟ୍ରାକ୍ଟରକୁ ଗୁମୁଡା ଫାଣ୍ଡିରେ ଜିମା ଦେଇଛନ୍ତି। ଉକ୍ତ ୪ଟ୍ରାକ୍ଟରରୁ  ଜୋରିମାନା ଆଦାୟ ସୂଚନା ମିଳିପାରିନାହିଁ। ଏହି ଚଢ଼ାଉ ସମୟରେ ଏଆରଆଇ ସୂର୍ୟ୍ୟ ମହାପାତ୍ର, ଅମିନ ରାମଲତା ମାଣ୍ଡାଙ୍ଗି,ସ୍କାଡ଼ ସୋରଭ ବାଉରୀ ପ୍ରମୁଖ ଉପସ୍ଥିତ ଥିଲେ।।

Comments are closed.