ଦାନ୍ତ ପାଇଁ ଉପକାରୀ ନିମ କାଠି

ଗାଁ ଗହଳି ହେଉ ବିଭିନ୍ନ ସ୍ଥାନରେ ଲୋକେ ଏବେ ମଧ୍ୟ ଦାନ୍ତକାଠିର ବ୍ୟବହାର କରୁଛନ୍ତି। ତେବେ ଯେଉଁ କେତୋଟି ଗଛର କାଠିକୁ ଦାନ୍ତ ଘଷିବାରେ ବ୍ୟବହାର କରାଯାଏ, ସେଥିମଧ୍ୟରୁ ନିମ ଗଛର କାଠିରେ ଭରପୁର ଔଷଧୀୟ ଗୁଣ ଥାଏ। ତେଣୁ ବ୍ରଶ ସାହାର୍ଯ୍ୟରେ ଦାନ୍ତ ଘଷିଲେ ମଧ୍ୟ ନିୟମିତ ନିମ କାଠିରେ ଦାନ୍ତ ଘଷିବା ଦାନ୍ତ ପାଇଁ ଖୁବ ଉପକାରୀ। ଆୟୁର୍ବେଦ ଅନୁସାରେ, ନିମ ଗଛରେ ୧୩୦ରୁ ଅଧିକ ଏପରି ପଦାର୍ଥ ରହିଛି, ଯେଉଁ କାରଣରୁ ନିମ ଗଛର ଛେଲି, ଡ଼ାଳ ଏବଂ ପତ୍ରରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି।
ନିମ ଗଛର ଛେଲି ଏବଂ ପତ୍ରରେ କର୍କଟ ରୋଗର ପ୍ରତିରୋଧ ଗୁଣ ରହିଛି। ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିସେପ୍ଟିକ , ଆଣ୍ଟିଭାଇରାଲ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଜାଣନ୍ତୁ ନିମ କାଠିରେ ଦାନ୍ତ ଘଷିବା ଦ୍ୱାରା କି କି ଉପକାର ମିଳିଥାଏ….
ନିମ କାଠିରେ ରହିଥିବା ଔଷଧୀୟ ଗୁଣ ହେତୁ ଏଥିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ କୋଣ ଭଲ ଭାବେ ସଫା ହୋଇଥାଏ।
ନିମରେ ଥିବା ଆଣ୍ଟିମାଇକ୍ରୋବିଅଲ ଗୁଣ ଥିବା କାରଣରୁ ଏଥିରେ ଦାନ୍ତ ଘଷିଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ।
ନିମରେ ଥିବା କେମିକାଲ ଦାନ୍ତର ହଳଦିଆପଣ ଦୂର କରିଥାଏ। ଦାନ୍ତ ମୂଳରେ ସମୟ ସମୟରେ ରକ୍ତ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ନିମ କାଠିରୁ ଦାନ୍ତ ଘଷିବା ବେଳେ ବ୍ୟବହାର କରିବା ସମୟରେ ଏହାର ଗୋଟିଏ ଭାଗକୁ କିଛି ଚୋବାଇ ଦିଅନ୍ତୁ। ଏହାପରେ ଏହାକୁ ବ୍ରଶରେ ଘଷିବା ଭଳି ଦାନ୍ତରେ ଘଷନ୍ତୁ। ଫଳରେ ଦାନ୍ତରେ ଥିବା ଦୂଷିତ ପଦାର୍ଥ ବାହାରି ଯାଏ।
ନିମ କାଠିକୁ ଚୋବାଇବା ଦ୍ୱାରା ସେଥିରେ ଥିବା ଔଷଧୀୟ ଗୁଣ ବାହାରକୁ ଆସିଥାଏ। ଫଳରେ ଏହା ଆପଣଙ୍କ ମୁହଁରେ ଥିବା ହାନିକାରକ ଜୀବାଣକୁ ନଷ୍ଟ କରି ଦେଇଥାଏ। ଫଳରେ ଦାନ୍ତ ସମ୍ବନ୍ଧୀୟ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ଦାନ୍ତ ପୋକ କାଟିନଥାଏ।
ଦାନ୍ତ ବିନ୍ଧା ହୋଇନଥାଏ।

Comments are closed.