ସଲମାନଙ୍କ ଘର ଉଡାଇଦେବାକୁ ଧମକ: ନାକେଦମ ହେଲା ମୁମ୍ବଇ ପୁଲିସ୍

ମୁମ୍ବଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରକୁ ବୋମା ବିଷ୍ପୋରଣରେ ଉଡାଇ ଦେବାର ଧମକ ମିଳିଛି। ଗାଜିଆବାଦରରୁ ମୁମ୍ବଇ ପୁଲିସକୁ ଇମେଲ  ଆସିଥିଲା ଯେଉଁଥିରେ ସଲମାନ ଖାନଙ୍କ ଘରକୁ ବମରେ ଉଡାଇ ଦେବାକୁ ଧମକ ମିଳିଥିଲା । ଏହି ମେଲ୍ ପାଇବାପରେ ପୁଲିସ ଆକ୍ସନ ମୋଡକୁ ଆସିଯାଇଥିଲା। ଏକ ଇଂରାଜୀ ପତ୍ରିକାର ରିପୋର୍ଟ ଅନୁସାରେ ଡିସେମ୍ବର ୪ ତାରିଖରେ ଗାଜିଆବାଦରୁ ମୁମ୍ବଇର ବାନ୍ଦ୍ରା ପୁଲିସ ଷ୍ଟେସନକୁ ଏକ ଇମେଲ୍ ଆସିଥିଲା ଯେଉଁଥିରେ ଲେଖାଥିଲା ‘ ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଥିବା ସଲମାନ ଖାନଙ୍କ ଘରକୁ ଆଗାମୀ ୨ ଘଣ୍ଟାମଧ୍ୟରେ ବମରେ ଉଡାଇ ଦିଆଯିବ। ଯଦି ଅଟକାଇ ପାରିବେ ଅଟକାନ୍ତୁ। ଏଭଳି ଏକ ଇମେଲ ପାଇ ପୁଲିସ ତୁରନ୍ତ ବମୋ ନିଷ୍କ୍ରିୟକାରୀ ଦଳ ସହ ସଲମାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଥିଲା।

ସେ ସମୟରେ ସଲମାନ ଘରେ ଉପସ୍ଥିତ ନଥିଲେ। ଏଣୁ ପୁଲିସ ଘରେ ଥିବା ସଲମାନଙ୍କ ମା ସଲମା ଏବଂ ଭଉଣି ଅର୍ପିତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ସମ୍ପୁର୍ଣ୍ଣ ଘରେ ତଲାସି କରିଥିଲା। ତଲାସି ସମୟରେ ପୁଲିସକୁ କୌଣସି ବମର ସନ୍ଧାନ ମିଳିନଥିଲା। ଯାହା ଫଳରେ ନାକେଦମ ହୋଇଥିଲା ବାନ୍ଦ୍ରା ପୁଲିସ।
ଏହାପରେ ପୁଲିସ ଘଟଣାକୁ ଗମ୍ଭିରତାର ସହନେଇ ଇମେଲ କରିଥିବା ଲୋକର ପତ୍ତା ଲଗାଇଥିଲା। ଏହାପରେ ପୁଲିସ ଇମେଲ ଠିକଣାରୁ ଗାଜିଆବାଦରେ ପହଞ୍ଚି ଜାଣିବାକୁ ପାଇଲା ଇମେଲ କରିଥିବା ଯୁବକ ଜଣଙ୍କ ୧୬ ବର୍ଷୀୟ ଅଟେ। ପୁଲିସ ଯୁବକର ଘରେ ପହଞ୍ଚିବା ସମୟରେ ସେ ଯୁବକ ଘରେ ଉପସ୍ଥିତ ନଥିବାରୁ ପୁଲିସ ତାର ବଡଭାଇଙ୍କ ସମ୍ପୁର୍ଣ୍ଣ ଘଟଣା ବିଷୟରେ କହିଥିଲା। ଏହା ପରେ ଯୁବକର ବଡଭାଇ ଫୋନ କରି ଯୁବକଙ୍କୁ ଡକାଇଥିଲେ। ବାନ୍ଦ୍ରା ପୁଲିସ ଯୁବକଙ୍କୁ ବାନ୍ଦ୍ରା ପୁଲିସ ଷ୍ଟେସନରେ ହାଜର ହେବାପାଇଁ ନୋଟିସ ଦେଇଥିଲା। ଯୁବକ ବିରୋଧରେ ପୁଲିସ ଅନୁସନ୍ଧାନ ଯୋଗ୍ୟ ଅଭିଯୋଗ ଆଣିବା ସହ ଯୁବକକୁ ଜୁଭେନାଇ କୋର୍ଟରେ ହାଜର କରିଥିଲା।

 

Comments are closed.