ଭାରତୀୟ ବଜାରରେ ପ୍ରବେଶ କଲା ଟେକନୋର ଦୁଇଟି ନୂଆ ମୋବାଇନ ଫୋନ

ନୂଆଦିଲ୍ଲୀ : ଟେକନୋ ମୋବାଇଲର ଦୁଇଟି  ମୋବାଇଲ ଫୋନ ଭାରତୀୟ ବଜାରରେ ପ୍ରବେଶ କରିଛି। ଦୁଇଟି ମୋବାଇଲ ଫୋନ ନାଁ ‘କାମୋନ -୧୫ ଓ କାମୋନ -୧୫ ପ୍ରୋ’ ରହିଛି। ଯେଉଁଥିରେ କି ପପଅପ କ୍ୟାମେରା ଦିଆଯାଇଛି। ଏହି ଦୁଇଟି ମୋବାଇ ଫୋନକୁ ଫଟୋ ଉଠାଇବାକୁ ଭଲ ପାଉଥିବା ଯୁବପିଢିଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏହି ଫୋନରେ ଅଲଟ୍ରା ନାଇଟ ମୋଡ ଦିଆଯାଇଛି।

ଏହି ଦୁଇଟି ମୋବାଇଲ ଫୋନ ୬.୫୫ ଇଞ୍ଚର ଡିସପ୍ଲେ ସହ ୫ହଜାର ଏମଏଚର ଜବଦସ୍ତ ବ୍ୟାଟେରୀ ଦିଆଯାଇଛି। ଫୋନ ସିକ୍ୟୁରିଟି ପାଇଁ ଫିଙ୍ଗର ସେନସର ମଧ୍ୟ ରହିଛି । କାମୋନ -୧୫ ରେ ୪ ଜିବି ରାମ ସହ ୬୪ ଜିବିର ଷ୍ଟୋରେଜ ଦିଆଯାଇଥିବା ବେଳେ କାମୋନ -୧୫ ପ୍ରୋରେ ୬ଜିବି ରାମ ସହ ୧୨୮ ଜିବିର ଷ୍ଟୋରେଜ ଦିଆଯାଇଛି।

ଏହି କାମୋନ ମୋବାଇଲ ଫୋନରେ ୪ଟି କ୍ୟାମେରା ଲେନ୍ସ ଦିଆଯାଇଛି। ପ୍ରଥମ ଲେନ୍ସଟି ୪୮ ମେଗାପିକ୍ସେଲ, ଦ୍ବିତୀୟ ଟି ୫ ମେଗାପିକ୍ସେଲ, ତୃତୀୟ ଲେନ୍ସଟି ୨ ମେଗାପିକ୍ସେଲ ଓ ଚତୁର୍ଥ କ୍ୟାମେରାଟିର ଲେନ୍ସ ଭିଜିଏ ରହିଛି।

ଏହି ଦୁଇଟି ମୋବାଇଲ ‘କାମୋନ -୧୫’ର ବଜାର ମୂଲ୍ୟ ୯,୯୯୯ ଟଙ୍କା ରହିଥିବାବେଳେ କାମୋନ -୧୫ ପ୍ରୋର ବଜାର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି। ଏହା ସହ ‘କାମୋନ -୧୫ ପ୍ରୋ’ରେ ୩,୪୯୯ ଟଙ୍କାର ସ୍ପିକର ମାଗଣ ଦିଆଯାଉଛି।

Comments are closed.