ସୀମାକୁ ସୁରକ୍ଷିତ ରଖିବା ଦିଗରେ ବୈଷୟିକ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ : ଅଜିତ ଡୋଭାଲ୍‍

ନୂଆଦିଲ୍ଲୀ : ଦେଶର ସୀମାକୁ ସୁରକ୍ଷିତ ରଖିବା ଦିଗରେ ବୈଷୟିକ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‍ କହିଛନ୍ତି। ଦିନକୁ ଦିନ ସୁରକ୍ଷା କ୍ଷେତ୍ରରେ ଚ୍ୟାଲେଞ୍ଜ୍‍ ବୃଦ୍ଧିପାଇ ଚାଲିଥିବାରୁ ଆଗାମୀ ଦିନଗୁଡ଼ିକରେ ଏହା ବିଶେଷ ସହାୟକ ହେବ।

ବୁଧବାର ନୂଆଦିଲ୍ଲୀଠାରେ ସୀମା ସୁରକ୍ଷା ବାହିନୀର ସପ୍ତଦଶ ପଦକ ପ୍ରଦାନ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି, ଜାତୀୟ ନିରାପତ୍ତା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକଟି ଦିନ ଏକ ନୂଆ ଚ୍ୟାଲେଞ୍ଜ ।  ସେ ଦୃଷ୍ଟିରୁ ସେମାନଙ୍କୁ ନିଜକୁ ପୁର୍ନଆବିଷ୍କାର କରିବାକୁ ହେବ।  ଉନ୍ନତ ବୈଷୟିକ ଜ୍ଞାନ ଜାତୀୟ ନିରାପତ୍ତା ସହ ଜଡ଼ିତ ଯେକୌଣସି ବାହିନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ  କହିଛନ୍ତି । ବିଏସ୍‍ଏଫ୍‍ର ଭୂୟସୀ ପ୍ରଶଂସା କରି ଶ୍ରୀ ଡୋଭାଲ୍‍ କହିଛନ୍ତି, ଏହା ବିଶ୍ୱର କେବଳ ସର୍ବବୃହତ୍‍ ସୀମା ସୁରକ୍ଷା ବାହିନୀ ନୁହେଁ, ପେସାଦାରିତା କ୍ଷେତ୍ରରେ ମଧ୍ୟ ଏହା ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛି।

Comments are closed.