କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କଲେ ଟେକ୍ନିକାଲ କମିଟି

୭ ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠିତ ୭ ଟି କମିଟି

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଯଦିଓ ରାଜ୍ୟରେ ମୃତ୍ୟୁର ହାର କମ୍‌ ରହିଛି ତଥାପି ମୃତ୍ୟୁ ସଂଖ୍ୟାକୁ ଆହୁରୀ କମାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ମୃତ୍ୟୁହାର କମାଇବା ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ୭ଟି  ଟେକ୍ନିକାଲ କମିଟି ଗଠନ କରିଛନ୍ତି। ରାଜ୍ୟର ୭ ଟି ସରକାରୀ ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ୭ ଟି ଟେକ୍ନିକାଲ କମିଟି ଗଠନ କରାଯାଇଛି।

ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜ ମଧ୍ୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗୀର ବିବି ମେଡିକାଲ କଲେଜ ଓ ହସ୍‌ପିଟାଲ, କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ, ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ରହିଛି। ୭ ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରମାନଙ୍କୁ ନେଇ ଗଠିତ ୭ ଟି କମିଟିକୁ ଭାଗ ଭାଗ କରି ଜିଲା ଗୁଡିକର ଦାୟିତ୍ଵ ଦିଆଯାଇଛି।

ସରକାରଙ୍କ ଦ୍ୱାରା ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ କରାଯାଇଥିବା ୭ ଟି ଟେକ୍ନିକାଲ କମିଟି‌  ୩୦ଟି ଜିଲା ଗସ୍ତ କରି ଜିଲା କୋଭିଡ କେୟାର ବୁଲି ଦେବେ ପରାମର୍ଶକମିଟି ଗୁଡିକ ରାଜ୍ୟର ସବୁ ଜିଲାରେ ଥିବା କୋଭିଡ ହେଲଥ ସେଣ୍ଟର ବୁଲିବେ । ଉତ୍ତମ ଚିକିତ୍ସା ନେଇ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେବେ ବୋଲି ଜଣାପଡିଛି।

Comments are closed.