ଟିମ୍ ଇଣ୍ଡିଆର ବଡ଼ ପ୍ରଶଂସକ ଚାରୁଲତାଙ୍କ ବିୟୋଗ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଜଣେ ବଡ଼ ପ୍ରଶଂସକ ଚାରୁଲତା ପଟେଲଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିସିସିଆଇ ଟ୍ବିଟ କରି ଶୋକ ପ୍ରକାଶ କରିଛି। ବିସିସସିଆଇ ଟ୍ବିଟ କରି ଲେଖିଛି ଯେ, “ଚାରୁଲତା ପଟେଲ ଆପଣ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”।
ଗତବର୍ଷ ବିଶ୍ବକପ ସମୟରେ ଚାରୁଲତା ପଟେଲ ସାରା ବିଶ୍ବର ନଜରକୁ ଆସିଥିଲେ। ସେ ୨୦୧୯ ଜୁଲାଇ ୨ରେ ହୋଇଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ହ୍ୱିଲ୍ ଚେୟାରରେ ବସି ଭାରତୀୟ ଦଳକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ ପରେ ସେ ଅଧିନାୟକ ବିରାଟ କୋହଲି ଓ ହିଟ ମ୍ୟାନ ରୋହିତ ଶର୍ମାଙ୍କ ସହ ଦେଖାଯାଇଥିଲେ। ଏହି ମ୍ୟାଚରେ ବିରାଟ ଓ ରୋହିତ ଚାରୁଲତାଙ୍କ ଭଲପାଇବା ସାଉଁଟୁଥିବା ନଜର ଆସିଥିଲେ।

Comments are closed.