ଆଡିଲେଡ୍‍ରେ ପହଞ୍ଚିଲା ଭାରତୀୟ କ୍ରିକେଟ ଦଳ

0

ଆଡିଲେଡ୍‍ : ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜର ପ୍ରଥମ ଟେଷ୍ଟ ଖେଳିବା ନିମନ୍ତେ ଭାରତୀୟ କ୍ରିକେଟ ଦଳ ରବିବାର ଆଡିଲେଡରେ ପହଞ୍ଚିଛି। ଆସନ୍ତା ୬ରୁ ଏଠାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମେ ଖେଳାଯାଇଥିବା ତିନିଟିକିଆ ଟ୍ୱେଣ୍ଟି୨୦ ସିରିଜ ୧-୧ରେ ଅମୀମାଂସିତ ରହିବାପରେ ବର୍ତ୍ତମାନ ଟେଷ୍ଟ ସିରିଜ ଉପରେ ଉଭୟ ଦଳର ନଜର ରହିଛି। ଭାରତୀୟ ଦଳର ସଦସ୍ୟମାନେ ବସରେ ଯାତ୍ରା କରୁଥିବାର ଏକ ଫଟୋକୁ ବିସିସିଆଇ ୱେବସାଇଟ୍‍ରେ ଅପ୍‍ଲୋଡ କରାଯାଇଛି। ଅଷ୍ଟ୍ରେଲିଆର ତାରକା ଖେଳାଳି ଷ୍ଟିଭେନ ସ୍ମିଥ୍‍ ଓ ଡେଭିଡ ୱାର୍ଣ୍ଣରଙ୍କ ଅନୁପସ୍ଥିତିରେ ଚାରିଟିକିଆ ଟେଷ୍ଟ ସିରିଜରେ ବିଜୟୀ ହେବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।

Leave A Reply