ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ସ୍ତରୀୟ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ଏକ ତାଲିମ ଶିବିର ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ପ୍ରାକ୍ତନ ପରିଦର୍ଶକ ରମାନାଥ ପ୍ରହରାଜ, ମହନ୍ତ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସବିତା ଦାସ, ଆଲୋକ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପରୀକ୍ଷା ପରିଚାଳନା ଓ ଉତ୍ତର ପତ୍ର ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ସଂପର୍କରେ ତାଲିମ ପ୍ରଦାନ କରିଥିଲେ। ପରୀକ୍ଷା ସମୟରେ ଶ୍ରେଣୀ ଶିକ୍ଷକ, ବିଷୟ ଶିକ୍ଷକ, ପ୍ରଧାନ ଶିକ୍ଷକଙ୍କ ପରିଚାଳନାର ଦାୟିତ୍ୱ ସଂପର୍କରେ ମତାମତ ପ୍ରଦାନ କରାଯାଇଥିଲା । ସେହିପରି ପରୀକ୍ଷା ଖାତା ମୁଲ୍ୟାୟନ ବିଷୟରେ ଆଲୋଚନା କରାଯାଇଥିଲା । ଶିବିରରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ତାଲିମ ନେଇଥିଲେ । ଶିକ୍ଷକ ଶିବ ପ୍ରସାଦ ପତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.