ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଇଓ ଅଫିସ ପରିସରରେ ବୁଧବାର ଦିନ ଶିକ୍ଷକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷକ ସଂଘର ସଭାପତି ସବିତକାନ୍ତ ସୋରେନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଇଓ ଚିନ୍ତାମଣି ମହନ୍ତ ଯୋଗ ଦେଇଥିଲା ବେଳେ ପୂର୍ବତନ ବିଇଓ ମନୋରଞ୍ଜନ ବାରିକ ଓ ବର୍ତ୍ତମାନ ବିଇଓ ଶଶୀଧର ସିଂ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷକ ସଂଗଠନର ନେତା ନଳରାଜ ସେଠୀ ଓ ବିଇଓ କାର୍ଯ୍ୟାଳୟର ବଡବାବୁ ସତ୍ଯନାରାୟଣ ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀବତ୍ସ୍ୟ ବାରିକ, କାଇସନ୍ ହୋ, ଗୁରୁଚରଣ ସୋରେନ ଓ ଶିକ୍ଷୟତ୍ରୀ ଆରତୀ ପାତ୍ରଙ୍କୁ ଅବସରକାଳୀନ ମାନପତ୍ର ସହ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏବିଇଓ ଭାଗୀରଥି ମହାନ୍ତି, କାୟୁ ମୁର୍ମୁ ଓ ଜଗଦିଶ ନାଏକ ଏହି ସଭାରେ ଉପସ୍ଥିତ ଥିଲେ। ଠାକୁରମୁଣ୍ଡା ବ୍ଳକର ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିତାଇ ଥିବା ମୁହୂର୍ତ୍ତକୁ ମନେ ପକାଇବା ସହ ଗୁଣଗାନ କରିଥିଲେ। ଶେଷରେ ଶିକ୍ଷକ ରାଜେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ।

Comments are closed.