ପାଟଣା ବ୍ଲକର ୨୭ ଜଣ ଶିକ୍ଷକ ପାଇଲେ ଲେବଲ୍-୩କୁ ପଦୋନ୍ନତି

ପାଟଣା: ପାଟଣା ବ୍ଲକର ୨୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଲେବଲ୍-୩ ପଦବୀକୁ ପଦୋନ୍ନତି ନିଯୁକ୍ତିପତ୍ର ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଦ୍ବାରା ପ୍ରଦାନ କରାଯାଇଛି। ଏବିଇଓ ନରୋତ୍ତମ ସାହୁ, ବରିଷ୍ଠ କିରାଣୀ ଦୁର୍ଯ୍ୟୋଧନ ମହାନ୍ତ ଏବଂ ବ୍ରଜ ମୋହନ ମହାନ୍ତଙ୍କ ଦ୍ବାରା ସାର୍ଟିଫିକେଟ ଭେରିଫିକେସନ୍ କରାଯାଇଥିଲା ଓ କାଉନ୍‍ସିଲିଂ ମାଧ୍ୟମରେ ଶିକ୍ଷକମାନେ ବିଦ୍ୟାଳୟ ଚୟନ କରିଥିଲେ। ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରେ କ୍ଲଷ୍ଟର ସଂଯୋଜକ ସନ୍ତୋଷ କୁମାର ନାୟକ, ଶିକ୍ଷକ ଗୌରଚନ୍ଦ୍ର ମହାନ୍ତ, କପିଳେନ୍ଦ୍ର ଦାସ, ଅଶ୍ବିନୀ କୁମାର ସାହୁ ପ୍ରମୁଖ ୨୩ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ ଓ ୪ ଜଣ ବରିଷ୍ଠ ପ୍ରାଥମିକ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତିପତ୍ର ପାଇଛନ୍ତି।

ଉକ୍ତ କାର୍ୟ୍ୟକ୍ରମରେ ଶିକ୍ଷକ ସଂଘର ସଂପାଦକ କମଳାକାନ୍ତ ପତି, ସଭାପତି ବିଜନ କୁମାର ପରିଡ଼ା, କ୍ଲଷ୍ଟର ସଂଯୋଜକ ପ୍ରମୋଦ କୁମାର ମହାନ୍ତ, ବିଆରଟି ମିନକେତନ ପାତ୍ର ପ୍ରମୁଖ  ସାମିଲ ଥିଲେ।

Comments are closed.