କୋଟିପତି ଶିକ୍ଷୟିତ୍ରୀ ଗିରଫ

ଭୁବନେଶ୍ବର : ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ସିଟି ସ୍କୁଲର ଶିକ୍ଷୟିତ୍ରୀ ଗୁରୁବାର ସନ୍ଧ୍ୟାରେ ଆୟ ବର୍ହିଭୂର୍ତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଶିକ୍ଷୟିତ୍ରୀଙ୍କ ନାମ ତିଳୋତ୍ତମା ମହାନ୍ତି।

ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତିଳୋତ୍ତମା ସାହୁଙ୍କର ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ସହ ୯ଟି ପ୍ଲଟ, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା।

Comments are closed.