କରୋନାରେ କାର୍ଯ୍ୟରତ ଶିକ୍ଷକଙ୍କର ପରଲୋକ

ବେଗୁନିଆ: ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପ୍ରକାଶକୁମାର ବେହେରା କରୋନାରେ ଆକ୍ରାନ୍ତ ହୋଇ ଆଜି ସକାଳେ ନିଳାଞ୍ଚଳ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ସମ୍ପୃକ୍ତ ପଞ୍ଚାୟତ ଅଧିନସ୍ଥ ଭୁଆଶୁଣିପାଟଣା ଗ୍ରାମର ସ୍ବର୍ଗତ ମେରୁ ବେହେରାଙ୍କ ପୁଅ ପ୍ରକାଶ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ହେବ କାର୍ୟ୍ୟ ସମ୍ପାଦନ କରିଆସୁଥିଲେ ।

 

ସେ କରୋନାରେ ଆକ୍ରାନ୍ତ ହୋଇ ୨୫ ଦିନ ହେଲା ନିଳାଞ୍ଚଳ କୋଭିଡ ହସ୍ପିଟାଲରେ ଚିକିସ୍ଥିତ ହେଉଥିଲେ। ସେ ଜଣେ ଛାତ୍ରବସ୍ଥଳ, ମିଷ୍ଟଭାଷୀ ଏବଂ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ, ଅଭିବାବକ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଭକ୍ତ ଥିଲେ ।ତାଙ୍କର ପତ୍ନୀଙ୍କ ସହିତ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.