ଗାଳି ଦେବାରୁ ଶିକ୍ଷକଙ୍କୁ ଲୁହାଛଡରେ ପିଟିଲା ଛାତ୍ର

0

ନୂଆଦିଲ୍ଲୀ .  –  ଜଣେ ଛାତ୍ରଙ୍କୁ ଗାଳି ଦେବା  ଶିକ୍ଷକଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଦିଲ୍ଲୀର ସାକେତ ଅଞ୍ଚଳରେ ଏହି ଘଟଣା ଘଟିଛି । ଅଷ୍ଟମ ଶ୍ରେଣୀର ଛାତ୍ରକୁ  ତାହାର ଶ୍ରେଣୀ ଶିକ୍ଷକ ଗାଳି ଦେଇଥିଲେ। ସେ ଶ୍ରେଣୀକୁ ଠିକ୍‌ ଭାବରେ ନ ଆସିବା ସହ ପାଠ ପଢା ବହି ନ ଆଣି ଥିବାରୁ ଶ୍ରେଣୀ ଶିକ୍ଷକ ଗାଳି ଦେଇଥିଲେ  । ଛାତ୍ରର ବ୍ୟାଗରେ ଏକ ଲୁହା ଛଡ ଥିବା ସେ ଦେଖିଥିଲେ । ଛଡ ବାହାର କରି ସେ ନିଜ ମେଜ(ଟେବୁଲ୍‌) ଉପରେ ରଖିଥିଲେ।   ଏହାପରେ ଛାତ୍ରଟି ଉତ୍‌କ୍ଷିପ୍ତ ହୋଇଯାଇଥିଲା । ସେ ଶିକ୍ଷକଙ୍କ ମେଜ  ଉପରୁ ଛଡଟିକୁ ନେଇ ନିଜ ମୁଣାରେ ପୁଣି ରଖିଥିଲା । ଶିକ୍ଷକ ଜଣଙ୍କ ଏହାକୁ ପୁଣି ନେବା ପାଇଁ ଚେଷ୍ଟା କରିବାରୁ ଛାତ୍ରଟି ତାଙ୍କୁ ଆକ୍ରମଣ କରିଥିଲା ।

ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାପରେ ଛାତ୍ରଟି ଫେରାର ହୋଇଯାଇଛି । ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply