ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

0

ଗଞ୍ଜାମ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ଶିକ୍ଷକ ଜନୈକା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର ସ୍ଥିତ ଚନ୍ଦ୍ରଶେଖର ହାଇସ୍କୁଲର ଶିକ୍ଷକ ଭଞ୍ଜ କିଶୋର ପରିଡ଼ା ଉକ୍ତ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କ ମା’ ଏ ସମ୍ପର୍କରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ନେଇ ପୁଲିସ ଉଭୟ ଶିକ୍ଷକ ଓ ଛାତ୍ରୀଙ୍କ ଡ଼ାକ୍ତରୀ ପରୀକ୍ଷା କରାଇଥିଲା। ପରେ ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply