ନିୟମିତ ଶିକ୍ଷକ ହେଲେ ୯୫ ଜଣ ଶିକ୍ଷା ସହାୟକ

0

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଳକ ଅଧିନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ୨୦୧୧ ମସିହାରୁ ଶିକ୍ଷା ସହାୟକ ରୂପେ ନିଯୁକ୍ତି ପାଇଥିବା ୯୫ ଜଣ ଶିକ୍ଷା ସହାୟକଙ୍କୁ ଆଜି ନିୟମିତ ଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଛି। ଉକ୍ତ ଶିକ୍ଷା ସହାୟକମାନେ ୨୦୧୭ ମସିହା ଠାରୁ ନିୟମିତ ଶିକ୍ଷକ ରୂପେ ପରିଗଣିତ ହୋଇଥିଲେ ମଧ୍ୟ କୌଣସି କାରଣବସତଃ ସେମାନଙ୍କର ୧ ବର୍ଷ ବିଳମ୍ବରେ ନିୟମିତ ପରିଗଣିତ ହୋଇଛନ୍ତି। ସେମାନଙ୍କୁ ପିଛିଲା ଭାବେ ନିୟମିତ କରାଯାଇଥିବା ଶିକ୍ଷା ସହାୟକ ସଂଘ ସଭାପତି ବଳରାମ ଲୁହାକବାଟ ଓ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ ଏବଂ କାର୍ଯ୍ୟକାରୀ ସମ୍ପାଦକ ସୁଧିର ମହାପାତ୍ର ଜଣାଇଛନ୍ତି।

Leave A Reply