ଛାତ୍ରଙ୍କ ହାତ ଭାଙ୍ଗିଲେ ଶିକ୍ଷକ

0

କଟକ : କଟକ ଜିଲା ମାହାଙ୍ଗା ବ୍ଲକ ଅର୍ନ୍ତଗତ କୁଆଁପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଡମାରି ଜଣେ ଛାତ୍ରର ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ସୁରେଶ ମହାପାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ଜ୍ଞାନରଞ୍ଜନ ଦାସଙ୍କୁ ପରୀକ୍ଷାରେ ଭଲ ମାର୍କ ରଖିନଥିବାରୁ ମାଡମାରିଥିଲେ। ତେବେ ଏହି ସମୟରେ ଜ୍ଞାନରଞ୍ଜନ ବୁଲିପଡିବାରୁ ତ।।ଙ୍କର ହାତରେ ମାଡବାଜି ହାଡ ଭାଙ୍ଗି ଯାଇଛି। ବିଦ୍ୟାଳୟରେ ଦଣ୍ଡମୁକ୍ତ ଅଞ୍ଚଳ ଲେଖାଯାଇଥିଲେ ମଧ୍ୟ ପିଲାମାନଙ୍କୁ ମାଡ ଦିଆଯାଉଛି ବୋଲି ପୀଡ଼ିତ ଛାତ୍ରଙ୍କ ମା’ ମିନତୀ ଦାସ ଅଭିଯୋଗ କରିଛନ୍ତି।

Leave A Reply