ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ସ୍ଥଗିତ

0

ଭୁବନେଶ୍ୱର: ଦୀର୍ଘ ୫୯ ଦିନ ଧରି ଲୋୟର ପିଏମଜି ଛକରେ ଆନ୍ଦୋଳନରେ ବସିଥିବା ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ ସ୍ଥଗିତ ରହିଛି । ସରକାରଙ୍କ ସହ ଆଲୋଚନା କରିବା ପରେ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ପକ୍ଷରୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସରକାରଙ୍କୁ ମହଲତ ଦିଆଯାଇଛି । ସେହି ସମୟ ମଧ୍ୟରେ ଯଦି ଦାବି ପୂରଣ ନହେବ ତାହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଶିକ୍ଷକଙ୍କ ୪୬ ଦିନର ଓ ଅଧ୍ୟାପକଙ୍କ ୩୦ ଦିନର ବକେୟା ଦରମା ଦିଆଯିବ ବୋଲି ରାଜ୍ୟ ସରକାର ରାଜି ହୋଇଥିବା ସୂଚନା ମିଳିଛି ।

Comments
Loading...