ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଜଣାଇଛନ୍ତି । ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ବିଭାଗୀୟ ସଚିବ ଉପସ୍ଥିତ ରହିଥିଲେ । କ୍ୟାଡର ପୁନର୍ଗଠନ ହେବା ଫଳରେ ୭୨ ହଜାର ୫୬୩ ଜଣ ଶିକ୍ଷକ ଉପକୃତ ହେବେ ଏବଂ ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ୨୨ଶହରୁ ୨୮ ଶହ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

Leave A Reply