୨ଥର ପିଅନ୍ତୁ ଚା’

ଅଧିକାଂଶ ଲୋକଙ୍କ ଘରେ ତାଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ମାତ୍ର ଚା’ ପିଇବାର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଓ କ୍ଷତିକାରକ ଗୁଣ ବିଷୟରେ ଜାଣିଛନ୍ତି କି ? ଲୋକେ ଥଣ୍ଡା ପାଗରେ ବିଶେଷ କରି ଶୀତ ଦିନରେ ଚା’ ଓ କଫି ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି। ମାତ୍ର ଏହି ସମୟରେ କିଭଳି ଓ କେତେ ଥର ଚା’ ପିଇବା ଉଚିତ।
ପାଗ ଯାହା ମଧ୍ୟ ହେଉ, ଦିନ ମଧ୍ୟରେ ୨ଥର ଚା’ ପିଇବା ଉଚିତ। ୨ ଥର ଚା’ ପିଇବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଲାଭଦାୟକ ହୋଇଥାଏ। ଅଦା, ତୁଳସୀ, ପୁଦିନା, ମହୁ ସାମାନ୍ୟ ମହୁ ପକାଇ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଥଣ୍ଡା ପାଗରେ ଅଦା ସହ ଡାଲଚିନି ମିଶାଇ ଚା’ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ।
୨ ଥରରୁ ଅଧିକ ଚା’ ପିଇଲେ ଚା’ରେ ଥିବା ଟେନିନ ଅଧିକ ମାତ୍ରେରେ ଶରୀରକୁ ଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ।

Comments are closed.