ଚା’ପତି କିଲୋ ୯୦ ହଜାର

ନୂଆଦିଲ୍ଲୀ : ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ ଚା’ ପିଇବାରୁ ହୋଇଥାଏ। ଏହାସହ ଶୀତଦିନେ ଚା’ର ଚାହିଦା ଖୁବ ଅଧିକ। ବିଭିନ୍ନ କିସମର ଚା’ ରହିଛି। ମାତ୍ର ଚା’ର ମୂଲ୍ୟ କେଜି ପ୍ରତି ୧ ଲକ୍ଷ ଟଙ୍କା ଶୁଣଲେ ଆଶ୍ଚର୍ଯ୍ୟ ଲାଗିବା ସାଧାରଣ କଥା। ୧ କେଜି ଚା’ପତିର ମୂଲ୍ୟ ୯୯,୯୯୯ ବିକ୍ରି ହେଉଛି। ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ସୃଷ୍ଟି ହେବ ଏଭଳି କେଉଁ ଚା’ପତି ରହିଛି ଯାହାର ମୂଲ୍ୟ ସୁନା ମୂଲ୍ୟ ଠାରୁ ଅଧିକ।
ସୂଚନା ମୁତାବକ ଗୌହାଟି ଚା’ ନିଲାମ କ୍ରେତା ସଂଘରେ ଏକ କେଜି ଗୋଲଡେନ ବଟରଫ୍ଲାଏ ଚା’ ୯୯,୯୯୯ ଟଙ୍କାରେ ବିକ୍ରି ହୋଇଛି। ଏହି ଚା’ର ମନୋହାରୀ ଗୋଲ୍ଡ ରୂପରେ ଜଣାଶୁଣା। ଗୌହାଟି ଚା’ ନିଲାମ କ୍ରେତା ସଂଘ ଦ୍ୱାରା ଆୟୋଜିତ ନିଲାମରେ ଗୋଲଡେନ ବଟରଫ୍ଲାଏ ଚା’ କିଲୋ ପ୍ରତି ବିକ୍ରି ହୋଇ ରେକର୍ଡ଼ ସୃଷ୍ଟି କରିଛି। ପୂର୍ବ ବର୍ଷ କେଜି ପ୍ରତି ଏହା ୭୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା।
ଆସାମର ଡିବ୍ରୁଗଡ଼ ଜିଲ୍ଲାରେ ମନୋହରୀ  ଚା ’ଉତ୍ପାଦନ କରାଯାଏ । ଗୌହାଟିର ବ୍ୟବସାୟ ସଂସ୍ଥା ସୌର ଟି ଟ୍ରେଡର୍ସ ଏହାକୁ କିଣିଛି। ଗୌହାଟି ଚା’ ନିଲାମ କ୍ରେତା ସଂଘ ଅନୁଯାୟୀ, ଏହା ଭାରତରେ ସର୍ବାଧିକ ମୂଲ୍ୟରେ ନିଲାମ ହୋଇଥିବା ଚା’ କିସମ ଅଟେ।

Comments are closed.