ଚା’ ପ୍ରେମୀ ଅଧିକ ସୃଜନଶୀଳ

0

ଚା’ ପ୍ରେମୀ ଚା’ ପିଇବାର ଅନେକ ବାହାନା ଖୋଜି ଥାଆନ୍ତି । ବାର୍ତ୍ତାଳାପ ହେଉ ଅବା କାମରୁ ବିରତି ନେବା ପାଇଁ ହେଉ, ଚା’ ପିଇବାର କେବଳ ବାହାନା ଦରକାର । ଏବେ ଚା’ ପିଇବାର ଅନ୍ୟ ଏକ ବାହାନା ମିଳି ଯାଇଛି । ଚା’ ପିଇବା ଦ୍ବାରା ଧ୍ୟାନ କେନ୍ଦ୍ରିତ ହେବା ସହ ସୃଜନଶୀଳତା କ୍ଷମତା ବୃଦ୍ଧି ହୋଇଥାଏ ବୋଲି ପେର୍କିଙ୍ଗ ୟୁନିଭରସିଟି ପକ୍ଷରୁ ଦାବି କରାଯାଇଛି ।

ପ୍ରକୃତରେ ଚା’ରେ କ୍ୟାଫିନ୍ ଓ ଥିନିନ୍ ଭରପୁର ମାତ୍ରାରେ ଥାଏ, ଯାହା ବ୍ୟକ୍ତିକୁ ସଜାଗ ରଖିବାରେ ସାହର୍ଯ୍ୟ କରେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏକ କପ୍ ଚା’ ପିଇବା ଦ୍ବାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମାନସିକ ସ୍ତରରେ ବ୍ୟକ୍ତି ଶାନ୍ତି ଅନୁଭବ କରିଥାଏ ।

କୌଣସି ଖାଦ୍ୟଦ୍ରବ୍ୟକୁ ମାତ୍ରାଧିକ ଖାଇବା ଶରୀର ପାଇଁ କ୍ଷତିକାରକ । ତେଣୁ ଚା’ ମଧ୍ୟ ଅଧିକ ପରିମାଣରେ ପିଇବା ଶରୀର ପାଇଁ ହାନିକାରକ ବୋଲି ଅଧ୍ୟୟନରେ କୁହାଯାଇଛି ।

Leave A Reply