ଖରା ଦିନେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ୫ଟି ଚା’

ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ କି ଚା’ ପିଇବା ଦ୍ୱାରା ମଧ୍ୟ ଆପଣ ଖରାରେ ମଧ୍ୟ ଥଣ୍ଡା ଅନୁଭବ କରିପାରିବେ। ମାତ୍ର ଏଥିପାଇଁ ଆପଣଙ୍କୁ ନିଜ ଚା’ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପରେ ଆରମ୍ଭ କରିଥାଆନ୍ତି। ମାତ୍ର ଖରା ଦିନରେ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପରିବର୍ତ୍ତେ ହର୍ବଲ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ହର୍ବଲ ଚା’ରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଯାଦ୍ୱାରା ଏହା କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ। ଜାଣନ୍ତୁ କେଉଁ ପ୍ରକାରର ଚା’ ପିଇବା ଦ୍ୱାରା ଖରା ଦିନରେ ଶରୀର ଥଣ୍ଡା ରହିଥାଏ…..

courtesy : Awaaz Nation

ସତେଜ ଗୋଲାପ ପାଖୁଡ଼ାର ଚା’ –
ଏହି ଚା’ ପିଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ। ଏଥିରେ ବହୁ ପ୍ରକାରର ଭିଟାମିନ ରହିଛି। ଅଧ କପ ପାଣିରେ କିଛି ଗୋଲାପର ପାଖୁଡ଼ା ପକାନ୍ତୁ। ଏହାପରେ ଗ୍ୟାସରେ ୩ ମିନିଟ ଏହାକୁ ଫୁଟାଇ ଛାଣି ଦିଅନ୍ତୁ।

courtesy : Lokmat.com

ପିଆଜର ଚା’ –
ଅଧ କପ ପାଣିରେ ଅଳ୍ପ ପିଆଜ ପକାଇ ଫୁଟାନ୍ତୁ। ଏହାପରେ ଛାଣି ଏକ ମିନିଟ ରଖି ଦିଅନ୍ତୁ। ୧ ମିନିଟ ପରେ ଏଥିରେ କିଛି ଗ୍ରୀନ ଟି ପକାଇ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

courtesy : Medical News Today

ଗ୍ରୀନ ଟି –
ଗ୍ରୀନ ଟି ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ପାଚନ କ୍ରିୟାକୁ ସଠିକ ରଖେ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କର୍କଟ, ମଧୁମେହ, ହୃଦ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।

courtesy : Organic Facts

ତୁଳସୀ ଚା’ –
ଏଥିରେ ମଧ୍ୟ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଅଧ କପ ପାଣିରେ କିଛି ତୁଳସୀ ପତ୍ର ପକାଇ ଏହାକୁ ଛାଣି ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ, ଅଳ୍ପ ମହୁ ପକାଇ ଏହାକୁ ପିଅନ୍ତୁ। ଏହା ପେଟ, ଚକ୍ଷୁ, ବୃକକ, ଯକୃତ, ହୃଦୟ ପାଇଁ ଖୁବ ଲାଭ ଦାୟକ ଅଟେ।

courtesy : YouTube

ପୁଦିନା ଚା’ –
ପୁଦିନା ପତ୍ର ପେଟ ପାଇଁ ବହୁତ ଲାଭଦାୟକ। ଏଥିରେ ମଧ୍ୟ ବହୁ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ପୁଦିନାରେ ଭିଟାମିନ ଏ, ମାଗ୍ନେସିୟମ, ଆଇରନ ଅଧିକ ମାତ୍ରାରେ ରହିଛି। ଏହା ଖାଦ୍ୟକୁ ସୂଚାରୁରୂପେ ହଜମ କରିବାରେ ସହାୟକ ହୋଇଥାଏ। ହଜମ ପାଇଁ ଆବଶ୍ୟକ ହେଉଥିବା ପାଚନ ରସକୁ ଏହା ବୃଦ୍ଧି କରିଥାଏ। ଫୁଟୁଥିବା ପାଣିରେ ୨ ଚାମଚ ପୁଦିନା ପକାଇ ୮ରୁ ୧୦ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ। ନିଜ ପସନ୍ଦ ମୁତାବକ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ।

Comments are closed.