ଚା’ ସହ ଜଡିତ ଜଣାଅଜଣା କଥା : ଗ୍ରୀନ ଚା’ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ଉଚ୍ଚାଭିଳାଷୀ ଅଟନ୍ତି

ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା। । କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ ଖିର ଚା’,ତ କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ଓ ସନ୍ଧ୍ୟାରେ ମଧ୍ୟ ଚା’ପ୍ରସ୍ତୁତ ହୋଇଥାଏ। ମାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହି ଚା’ ପିଇବାରୁ ଲୋକଙ୍କ ବ୍ୟକ୍ତିତ୍ୱ ଜଣାପଡ଼ିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଚା’ର ସମ୍ବନ୍ଧ ଶନିଗ୍ରହଙ୍କ ସହ ରହିଛି। ତେବେ ଏପରି କେତେକ କଥା ରହିଛି ଯାହା ଚା’ପିଇବା ସମୟରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ ସେହି କଥା ବିଷୟରେ……..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କ ଜାତକରେ ଶନିଙ୍କ ସ୍ଥିତ ଖରାପ ରହିଛି, ସେମାନେ ଚା’ପିଇବା ଉଚିତ ନୁହେଁ। ବରଂ ଚା’ ପ୍ରସ୍ତୁତ କରି ଅନ୍ୟମାନଙ୍କୁ ପିଇବାକୁ ଦେବା ଉଚିତ। ଏପରି କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ।
ଯେଉଁ ମାନଙ୍କର ଜାତକରେ ଶନି ଭଲ ସ୍ଥିତିରେ ଅଛନ୍ତି, ସେମାନେ ଚା’ପିଇବା ଉଚିତ। ଏହାସହ ଚା’ ସହ ସମ୍ବନ୍ଧିତ ବ୍ୟବସାୟ ମଧ୍ୟ କରିପାରିବେ। ଏହାଦ୍ୱାରା ଲାଭବାନ ହୋଇପାରିବେ।
ଚା’ଜଣାଏ ବ୍ୟକ୍ତିତ୍ୱ……
ଖିର ଚା’ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନେତୃତ୍ୱ ନେବାକୁ ପସନ୍ଦ କରିଥାଆନ୍ତି। ଏମାନଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ।
ବିନା ଚିନି ଯୁକ୍ତ ଖିର ଚା’ ପସନ୍ଦ କରୁ୍‍ଥିବା ବ୍ୟକ୍ତି ବା ମହିଳା ପରମ୍ପରା ବାହାରକୁ ଯାଇ କିଛି କରିବାକୁ ପସନ୍ଦ କରନ୍ତି ନାହିଁ। ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏମାନେ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଥାଆନ୍ତି।
ଯେଉଁମାନେ ଅଧିକ ଖିରରେ ପ୍ରସ୍ତୁତ ଚା’ପିଅନ୍ତି, ସେମାନେ ସୁଖ ଓ ଐଶ୍ୱର୍ୟ୍ୟ ଜୀବନ ପ୍ରାପ୍ତି ସହ ସଫଳତା ମଧ୍ୟ ପାଇଥାଆନ୍ତି।
ବହୁ ଲୋକଙ୍କୁ ମସଲା ଚା’ପିଇବା ପସନ୍ଦ କରିଥାଆନ୍ତି। ଏହିପ୍ରକାରର ଲୋକେ ଅଧିକ ପରିଶ୍ରମ କରି ସଫଳତା ପାଇଥାଆନ୍ତି।
ବହୁ ଲୋକଙ୍କୁ ନାଲି ଚା’ ପିଇବା ଖୁବ ପସନ୍ଦ। କୁହାଯାଏ ଯେ, ଏହି ପ୍ରକାରର ଲୋକେ ଖୁବ ବୁଦ୍ଧିଜୀବୀ ଓ ପ୍ରତିଷ୍ଠାବାନ ଅଟନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ଖୁବ ଉନ୍ନତି କରିଥାଆନ୍ତି।
ଗ୍ରୀନ ଚା’ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହି ଚା’ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ଉଚ୍ଚାଭିଳାଷୀ ଅଟନ୍ତି। ଅନ୍ୟ କଥାରେ ସେ ଖୁବ ଶୀଘ୍ର ପ୍ରଭାବିତ ହୋଇଥାଆନ୍ତି।
କମ ଖିର ଓ କମ ଚିନି ଯୁକ୍ତ ଚା’ ପସନ୍ଦ କରୁଥିବା ବ୍ୟକ୍ତି କିମ୍ବା ମହିଳା ସବୁବେଳେ ଆତ୍ମବିଶ୍ୱାସୀ ଜୀବନ ବିତାଇଥାଆନ୍ତି।
ଅଧିକ ଖିର ଓ ଅଧିକ ଚିନି ଯୁକ୍ତ ଚା’ ପିଇବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ସମସ୍ତ ଉପାୟ ପ୍ରୟୋଗ କରିବା ସହ ବହୁ ପରିଶ୍ରମ ମଧ୍ୟ କରନ୍ତି। ଏହା ସହ ତାଙ୍କ ଭିତରେ ଛୋଟ ପିଲା ଭଳି ଗୁଣ ମଧ୍ୟ ରହିଥାଏ।
ନାଲି ଚା’ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳାଙ୍କ ମନ ଖୋଲା। ସେ ସମସ୍ତ କଷ୍ଟକୁ ଦୃଢତାର ସହ ସମ୍ଭାଳିବାର କ୍ଷମତା ରଖିଥାଆନ୍ତି। ବାହାରର କୌଣସି କଥାରେ ମୁଣ୍ଡ ଖେଳାଇବା ପାଇଁ ପସନ୍ଦ କରନ୍ତି ନାହିଁ।

Comments are closed.