ରେଳରେ ବଢିଲା ଚା ଓ କଫିର ଦାମ

0

ନୂଆଦିଲ୍ଲୀ .- ରେଳଯାତ୍ରା କରିବା ସମୟରେ ଏବେ ଚା ଓ କଫି ପାଇଁ ଅଧିକ ଟଙ୍କା ଦେବାକୁ ପଡିବ ।  ଏବେ ରେଳରେ ଚା ଓ କଫି  ପାଇଁ ୭ ଟଙ୍କା ଦେବାକୁ ପଡୁଥିବା ବେଳେ ଆଗକୁ ୧୦ ଟଙ୍କା ଦେବାକୁ ପଡିବ। ଟି ବ୍ୟାଗ ସହ ଦିଆଯାଉଥିବା ଚା’ର ମୂଲ୍ୟ ବୃଦ୍ଧି ହୋଇଛି  । ମାତ୍ର ରାଜଧାନୀ ଓ ଶତାଦ୍ଦୀରେ ଦର ଅପରିବର୍ତ୍ତିତ ରହିବ । ସାଧାରଣ ଚା’ର ମୂଲ୍ୟ ଆଗପରି ୫ ଟଙ୍କା ରହିବ ।

ଏଥିପାଇଁ ଆଇଆରସିଟିସିକୁ ନିଜର ପଞ୍ଜୀକରଣ ଅର୍ଥ ସେହି ଅନୁସାରେ ବୃଦ୍ଧି କରିବା ପାଇଁ କୁହାଯାଇଛି । ଆଇଆର୍‌ସିଟିସି ୩୫୦ଟି ଟ୍ରେନ୍‌ରେ ଖାଦ୍ୟ ସେବା ଯୋଗାଇ ଦେଉଛି । ଆଗରୁ ଯାତ୍ରୀମାନେ ରେଳରେ ଖାଦ୍ୟ ଯୋଗାଣ ସମୟରେ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ କରିଥିଲେ ।

ସେହିପରି ପାଣି ବୋତଲ, ଚା ଓ କଫିର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭଯୋଗ ହୋଇଥିଲା । ଏବେ ରେଳରେ ପାଣ୍ଟ୍ରି ସର୍ଭିସ ବା ଖାଦ୍ୟ ଯୋଗାଉଥିବା କମ୍ପାନୀମାନଙ୍କୁ ଖାଦ୍ୟର ମୂଲ୍ୟା ଚାର୍ଟ ସହ ଉତ୍ତମ ମୂଲ୍ୟର ଖାଦ୍ୟ ଯୋଗାଇ ଦେବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

Leave A Reply