ଚା’ ନୁହେଁ ‘ଅମୃତ’

0

ଶୀତଦିନ ଆସିଲାଣି ମାନେ ଚା’ର ଚାହିଦା ବଢିଯିବ। ପ୍ରାୟ ଅଧିକାଂଶ ଭାରତୀୟ ଚା’ ପିଇବାକୁ ଖୁବ୍‌ ପସନ୍ଦ କରନ୍ତି। ଘରକୁ କୌଣସି ଅତିଥି ଆସିଲେ ଚର୍ଚ୍ଚା କରିବା ଲାଗି ସର୍ବପ୍ରଥମେ ଚା’ କଥା ଚିନ୍ତାକୁ ଆସେ। ଏଠାରେ କିନ୍ତୁ ଏମିତି ଚା’ ସମ୍ପର୍କରେ ଜାଣିବେ ଯାହାର ବିଶେଷତ୍ବରେ ଆଶ୍ଚର୍ଯ୍ୟ ହୋଇଯିବା ସ୍ବାଭାବିକ। ବିଶ୍ବର ଏହି ବିରଳଗୁଣ ସମ୍ପନ୍ନ ଚା’ ଆଉ କେଉଁଠାରେ ନୁହେଁ, ଭାରତରେ ଚାଷ କରାଯାଏ।
ଦାର୍ଜିଲିଂଠାରୁ ୩୩କିଲୋମିଟର ଦକ୍ଷିଣକୁ ଏହି ଚା’ ବଗିଚା ରହିଛି। ଏହି ଚା’ର ନାମ ସିଲ୍‌ଭର ଟିପ୍ସ ଇମ୍ପେରିଆଲ। ତେବେ ସମସ୍ତେ ଏହି ଚା’ ପତ୍ର ତୋଳିପାରିବେ ନାହିଁ। କେବଳ ମକାଇବାଡି ଚା’ ବଗିଚା ସହ ସମ୍ପୃକ୍ତ ଥିବା ଲୋ​‌େ​‌କ ହିଁ ଏହାକୁ ତୋଳିପାରିବେ। ହଫିଙ୍ଗଟନ୍‌ ପୋ​‌ଷ୍ଟ ୨୦୧୪ର ଏକ ରିପୋର୍ଟରେ ଦାବି କରିଥିଲା ଯେ ଏହି ଚା’ ପତ୍ର କେବଳ ପୂର୍ଣ୍ଣିମା ରାତିରେ ତୋଳାଯାଇଥାଏ। ସେହିବର୍ଷ ଏହି ଚା’ପତ୍ର କିଲୋପ୍ରତି ୧ଲକ୍ଷ ୩୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା ଏବଂ ସେବେଠାରୁ ଏହା ସାରା ବିଶ୍ବରେ ଚର୍ଚ୍ଚାରେ ରହିଆସିଛି।
ଭାରତରେ ଚାଷ ହେଉଥିବା ଏହି ଚା’ ଏଯାବତ୍‌ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଚା’ର ରେକର୍ଡ ଧାରଣ କରିଛି। ପୂର୍ଣ୍ଣିମା ରାତିରେ ହାତରେ ମଶାଲ ଧରି ଦାର୍ଜିଲିଂର ସର୍ବପୁରାତନ ଚା’ ବଗିଚା ମକାଇବାଡିର ଶ୍ରମିକମାନେ ଏହାର ପତ୍ର ତୋଳିଥାନ୍ତି। ଏହି ତୋଳିବା ସମୟ ଏତେ ଚମତ୍କାର ହୋଇଥାଏ ଯେ ଏହାକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ ଜମେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଅଦ୍ଭୁତ ଚା’ରେ ବିଶ୍ବର ସମସ୍ତ ବୈଚିତ୍ର୍ୟ, ବ୍ରହ୍ମାଣ୍ଡର ସମସ୍ତ ରହସ୍ୟ ଏବଂ ମାଟିର ସମସ୍ତ ଶକ୍ତି ଭରି ରହିଛି।
ପୂର୍ଣ୍ଣିମା ରାତିରେ ଛାଇ-ଆଲୁଅ ମିଶା​‌ ପରିବେଶରେ ଶ୍ରମିକମା​‌େ​‌ନ ସିଲ୍‌ଭର ଟିପ୍ସ ଇମ୍ପେରିଆଲ ଚା’ ତୋଳୁଥିବା ବେଳେ ଲାଗେ ସେମାନେ ଯେପରି କୌଣସି ରହସ୍ୟ ଏକତ୍ରିତ କରୁଛନ୍ତି। ସୂର୍ଯ୍ୟକିରଣ ପଡିଲେ ଏହି ଚା’ର ଉଜ୍ବଳତା ଏବଂ ସୁଗନ୍ଧ ନଷ୍ଟ ହେଉଥିବାରୁ ସକାଳ ହେବା ପୂର୍ବରୁ ହିଁ ଚା’ପତ୍ର ପ୍ୟାକ୍‌ କରିଦିଆଯାଏ। ପ୍ରତିବର୍ଷ ସିଲ୍‌ଭର ଟିପ୍ସ ଇମ୍ପେରିଆଲ ମାତ୍ର ୫୦ରୁ ୧୦୦କିଲୋଗ୍ରାମ ମଧ୍ୟରେ ଉତ୍ପାଦିତ ହୋଇପାରେ। ବ୍ରିଟେନ ରାଜପରିବାର ଏବେ ବି ଏହି ଚା’କୁ ପସନ୍ଦ କରନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ଭା​‌େ​‌ବ ଏହା ପ୍ୟାକିଂ କରି ପଠାଯାଏ।
ଆଣ୍ଟିଏଜିଂ ବା ବୟସର ପ୍ରଭାବକୁ ରୋକିବାର ଗୁଣ ବିଶେଷ ଭାବେ ସିଲ୍‌ଭର ଟିପ୍ସ ଇମ୍ପେରିଆଲ ଚା’ରେ ଥିବାରୁ ବ୍ର​ି‌େ​‌ଟନ ସମେତ ଜାପାନ ଏବଂ ଆମେରିକାରେ ଏହାର ଗ୍ରାହକଙ୍କ ସଂଖ୍ୟା ଅଧିକ। ଏହା ମଧ୍ୟ ଶରୀରରୁ ବିଷାକ୍ତ ତତ୍ତ୍ବ ମୁକ୍ତ କରି ପିଉଥିବା ବ୍ୟକ୍ତିଙ୍କୁ ଖୁବ୍‌ ଆରାମ ପ୍ରଦାନ କରେ। ଏହି ଚା’ ପୃଥିବୀ ପୃଷ୍ଠରେ ଅମୃତ ବୋଲି ସ୍ଥାନୀୟ ଲୋକେ ତଥା ପିଉଥିବା ବ୍ୟକ୍ତି କହନ୍ତି।

Leave A Reply