ଚା’ ସହ ଖାଆନ୍ତୁ ନାହିଁ ଏହି ଜିନିଷ

ଖରା ,ବର୍ଷା ହେଉ ଅଥବା ଶୀତ ଅଧିକାଂଶ ଲୋକଙ୍କ ଚା’ ପିଇବା ଏକ ନିତିଦିନିଆ ଅଭ୍ୟାସ। ତେବେ ଚା’ ପିଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। ଅନେକ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କଫି ପିଇବାରୁ କରିଥାଆନ୍ତି।
ସନ୍ଧ୍ୟାରେ ଚା’ ପିଇବା ସମୟରେ ଅନେକ କିଛି ଲୁଣିଆ ଭଳି ଅନେକ ଜିନିଷ ମଧ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଚା’ ସହ ଏହି ଜିନିଷର ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଚା’ ସହ କୌଣସି ଖଟା ଜିନିଷ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ।
ଚା’ ପିଇବା ସମୟ;ରେ କିମ୍ବା ଚା’ ପିଇବାର ତୁରନ୍ତ ପରେ କୌଣସି ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ କିମ୍ବା ପିଅନ୍ତୁ ନାହିଁ। ଏହା ପାଚନ ତନ୍ତ୍ରକୁ ଦୁର୍ବଳ କରିବା ସହ କୁପ୍ରଭାବ ପକାଇ ଥାଏ।
ଅଦା ପଡିଥିବା ଚା’ ସହ ପକୁଡି, ବେସନରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟା ହୋଇଥାଏ।
ଚା’ ସହ ହଳଦୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ।
ଅଣ୍ଡା ପ୍ରୋଟିନର ଏକ ଉତ୍ତମ ସ୍ରୋତ ବୋଲି କୁହାଯାଏ। ଚା’ ସହ ଅଣ୍ଡା ସେବନ କରନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

 

Comments are closed.