ବର୍ଷାଦିନିଆ ମସଲା ଚା’

ଭାରତୀୟଙ୍କ ଘରେଘରେ ସକାଳ ଓ ସନ୍ଧ୍ୟାରେ ଚା-ବିସ୍କୁଟ୍‌ର ଆସର ଜମିଥାଏ। ଘରକୁ କେହି ଅତିଥି, ଅଭ୍ୟାଗତ ଆସିଲେ ମଧ୍ୟ ତାଙ୍କ ଚର୍ଚ୍ଚା ପାଇଁ ପ୍ରଥମେ ଚା’ ପର୍ବ ଆରମ୍ଭ ହୁଏ। ବିଭିନ୍ନ ସୁଆଦର ଚା’ ମଧ୍ୟରୁ ଅଧିକାଂଶଙ୍କ ପସନ୍ଦର ଚା’ ହେଉଛି ଅଦା ରସର ଚା। ଏହି ଚା’ ପିଇଲେ ଫୂର୍ତ୍ତି ଲାଗିବା ସହ ମୁଣ୍ଡ ବିନ୍ଧା ମଧ୍ୟ କମ୍ ହୋଇଥାଏ। ବର୍ଷାଋତୁରେ ଚା’ର ଆସର ଅଧିକ ଜମିଥାଏ। ଖୁବ୍ ସହଜରେ ଘରେ ମସଲା ଚା’ ତିଆରି କରନ୍ତୁ।
ପ୍ରସ୍ତୁତି:ପ୍ରଥମେ ଚୁଲାରେ ଚା’ ପ୍ୟାନ୍ ବସାନ୍ତୁ। ସେଥିରେ ଅଧ କପ୍ ପାଣିକୁ ଭଲରେ ଫୁଟାଇବେ। ଫୁଟା ପାଣିରେ ଚା’ ପତି ଓ ଅନ୍ୟାନ୍ୟ ସାମଗ୍ରୀ ପକାନ୍ତୁ। ସବୁ ଭଲରେ ଫୁଟିବା ପରେ ଖିର ଓ ଚିନି ମିଶାଇବେ। ଗରମାଗରମ ଚା’ ପ୍ରସ୍ତୁତ। ସକାଳ ଜଳଖିଆରେ ଏହି ମସଲା ଚା’ ସପରିବାର ସହ ପିଅନ୍ତୁ। ଥଣ୍ଡା, ସର୍ଦି, ଛିଙ୍କ ହୋଇଥିଲେ ଏହି ମସଲା ଚା ପିଇଲେ ଉପଶମ ଲାଗେ।

ମସଲା ଚା’ ପାଇଁ ଆବଶ୍ୟକ ସାମଗ୍ରୀ
ଖିର ୨କପ୍, ୩ଟି ଗୁଜୁରାତି, ୧ବଡ଼ ଚାମଚ ଅଦାରସ, ୨ଚାମଚ ଚିନି, ୧ ଛୋଟ ଚାମଚ ଶୁଣ୍ଠି ଗୁଣ୍ଡ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଚା ’ ପତି ଆବଶ୍ୟକାନୁସାରେ

Comments are closed.