ଏହି ଉପାୟରେ କରନ୍ତୁ ବଳକା ଚା ପତିର ପୁନଃବ୍ୟବହାର

ପ୍ରତିଦିନ ଘରେ ଥରେ ବା ଦୁଇ ଥର ଲେଖାଏଁ ଚା ପ୍ରସ୍ତୁତ ହୋଇଥାଏ। ଚା ତିଆରି ପରେ ପତିକୁ ଅଧିକାଂଶ ଲୋକ ଫିଙ୍ଗି ଦିଅନ୍ତି। କିନ୍ତୁ ଏହି ପତିକୁ ନ ଫିଙ୍ଗି ବିଭିନ୍ନ ଉପାୟରେ ଏହାର ପୁନଃବ୍ୟବହାର କରାଯାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଚା ତିଆରି ପରେ ପତିକୁ ନ ପିଙ୍ଗି କିପରି ଏହାକୁ ପୁନଃବ୍ୟବହାର କରିବେ।

୧. ଚା ଛାଣି ସାରିବା ପର ପତିକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଯେପରି ସେଥିରୁ ମିଠା ଅଂଶ ସଂପୂର୍ଣ୍ଣ ବାହାରି ଯିବ। ଚା ପତିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମହଜୁତ ରହିଥାଏ। ଶରୀରରେ ହୋଇଥିବା ଖଣ୍ଡିଆ ବା କ୍ଷତ ସ୍ଥାନରେ ଏହାର ପ୍ରଲେପ ଦେଲେ କ୍ଷତାକ୍ତ ଅଂଶ ଜଲଦି ଶୁଖି ଯାଇଥାଏ। ଏହି ପତିକୁ ପୁଣି ପାଣିରେ ଫୁଟାଇ ସେହି ପାଣିରେ କ୍ଷତ ସ୍ଥାନ ଧୋଇଲେ ଲାଭଦାୟକ ହୋଇଥାଏ ।

୨. ଚା ପତି ପାଣି ଏକ ଉତ୍ତମ କଣ୍ଡିଶନର ଭଳି କାମ କରେ। ଚା ତିଆରି ସରିବା ପରେ ପତିକୁ ଧୋଇ ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ଏଥିରେ କେଶ ଧୋଇଲେ କେଶ ଚମକଦାର ହେବା ସହ ସଫ୍ଟ ହୋଇଥାଏ ।

୩. ଚା ସାରିବା ପରେ ଏହି ପତିକୁ ଧୋଇ ଶୁଖେଇ ଦିଅନ୍ତୁ। କାବୁଲ ବୁଟ ବା ଚଣା ତରକାରି ପ୍ରସ୍ତୁତି କରିବା ସମୟରେ ଏହି ପତି ବ୍ୟବହାର କରି ପାରିବେ। ଏହା ଦ୍ୱାରା ତରକାରିର ରଙ୍ଗ ସୁନ୍ଦର ହୋଇଥାଏ ।

୪.ଚା ପତିକୁ ପୁଣି ଫୁଟାଇ ସେହି ପାଣିକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ଫର୍ଣ୍ଣିଚର ସଫା କରିବାରେ ବ୍ୟବହାର କଲେ ଫର୍ଣ୍ଣିଚର ଚମକ ଆସିଥାଏ।

୫. ବଳକା ଚା ପତିକୁ ଭଲ ଭାବରେ ଧୋଇ ଏହାକୁ ସାର ଭାବରେ ବ୍ୟବହାର କରି ହେବ। ଏହାକୁ ଗଛ ମୂଳରେ ଦେଲେ ଗଛଟି ହୃଷ୍ଟପୃଷ୍ଟ ହୋଇଥାଏ।

Comments are closed.