ଆନ୍ଧ୍ରପ୍ରଦେଶ ପୁଲିଂବୁଥ୍‍ ଆଗରେ ହିଂସାକାଣ୍ଡ; ୨ ଟିଡିପି କର୍ମୀ ମୃତ

ଅନନ୍ତପୁରମ : ଆନ୍ଧପ୍ରଦେଶରେ ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଏକ ପୁଲିଂବୁଥ୍‍ ଆଗରେ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ତେଲୁଗ ଦେଶମ ପାର୍ଟି (ଟିଡିପି) କର୍ମୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ୧୫ ଜଣ ଟିଡିପି ସମର୍ଥକ ଅନନ୍ତପୁର ଜିଲା ତାଡିପାତ୍ରି ନିର୍ବାଚନ ମଣ୍ଡଳୀ ଅଧୀନ ଭିରାପୁରମର ୧୯୭ ନଂ ପୁଲିଂବୁଥ୍‍କୁ କବଜା କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ୱାଇଏସ୍‍ଆର କଂଗ୍ରେସ ଦଳର କର୍ମୀ ଏବଂ ଟିଡିପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଟିଡିପିର ୨ ଜଣ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ଜଣେ ଟିଡିପି କର୍ମୀଙ୍କ ନାମ ଚିନ୍ତା ଭାଷ୍କର ରେଡ୍ଡୀ ବୋଲି ଜଣାପଡିଛି। ଜିଲା ନିର୍ବାଚନ ଅଧିକାରୀ ଭିରାପାଣ୍ଡିଆନ କହିଛନ୍ତି ଯେ ପୁଲିଂ ବୁଥ୍‍ ଆଗରେ ଟିଡିପି- ୱାଇଏସ୍‍ଆର କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨ ଜଣ ଟିଡିପି କର୍ମୀଙ୍କ ମୃତ୍ୟୁ ଘଟିଛି ଓ ୱାଇଏସ୍‍ଆରର ୩ ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଅନନ୍ତପୁର ଡିଆଇଜି କାନ୍ତି ରାଣା ଟାଟା କହିଛନ୍ତି ଯେ ସଂଘର୍ଷ ପରେ ଘଟଣାସ୍ଥଳକୁ ଅଧିକ ପୁଲିସ୍‍ ଫୋର୍ସ ପଠାଯାଇଥିଲା। ଏବେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ଅଛି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ଫୋର୍ସଙ୍କୁ ମୁତୟନ କରାଯାଇଛି।

Comments are closed.