ଟିଡ଼ିସିସି ଦ୍ବାରା ୧୩ ହଜାର ୩୦୦ଟନ୍ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର :ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍) ନୋଡାଲ୍ ଏଜେନ୍ସି ଭାବେ ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରୁଛନ୍ତି। ରାଜ୍ୟରେ ଟିଡିସିସିଓଏଲ୍ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ସ୍କିମ୍ କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ସଂଗ୍ରହକାରୀ ନେଟ୍ୱାର୍କ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି (ଭିଏସ୍ଏସ୍), ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଲଘୁ ବନଜାତ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ମୁଖ୍ୟତଃ ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶାଳ, ତେନ୍ତୁଳି ଓ ଚାର ମଞ୍ଜି, ପାହାଡ଼ି ଝାଡ଼ୁ ଇତ୍ୟାଦି ପ୍ରଚରୁ ପରିମାଣରେ ଉପଲବ୍ଧ ହେଉଛି । ତେ ଣୁ ଲ ଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରିତ
ଭାବେ ଆଗେଇ ଚାଲିଛି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଟିଡିସିସିଓଏଲ୍ ୧୩ ହଜାର ୩୦୦ ମେଟ୍ରିକ୍ ଟନ୍ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଛି। ଏହାର ମୂଲ୍ୟ ୨୮ କୋଟି ୧୦ ଲକ୍ଷ ଯାହାକି ଗତ ଛଅ ବର୍ଷର ସମୁଦାୟ ମୂଲ୍ୟଠାରୁ ଅଧିକ। ଗତ ଛଅ ବର୍ଷରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ମୂଲ୍ୟ ୪ କୋଟି ୯ ଲକ୍ଷ ହୋଇଥିଲା। ଏ ବର୍ଷ ଟିଡିସିସିଓଏଲ୍ ପକ୍ଷରୁ ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରେ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ସଂଗ୍ରହକାରୀଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି। ଏହା ଦ୍ୱାରା ୩୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି। ଗତ ଛଅ ବର୍ଷରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ସ୍କିମ୍ ଦ୍ୱାରା ୧୨ ହଜାର ୫୦୦ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଥିଲେ। ମଧ୍ୟସ୍ଥିଙ୍କ ଦ୍ୱାରା ବେଆଇନ୍
ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି। ଟିଡିସିସିଓଏଲ୍ ପକ୍ଷରୁ ସମଗ୍ର ଲଘୁ ବନଜାତ ସଂଗ୍ରହ ପ୍ରକ୍ରିୟାକୁ ସ୍ୱୟଂ ଚାଳିତ କରାଯାଇଛି। ଆଗାମୀ ଶସ୍ୟ ସଂଗ୍ରହ ଋତୁରେ ଏହି ପ୍ରକ୍ରିୟାକୁ ଧାନ ସଂଗ୍ରହ ସ୍ୱୟଂକି୍ରୟ ବ୍ୟବସ୍ଥା (ପିପିଏଏସ୍) ଓ ସ୍ୱୟଂଚାଳିତ ଶସ୍ୟ କ୍ରୟ ବ୍ୟବସ୍ଥା (ଏମ୍ପିଏଏସ୍) ଭଳି ସ୍ୱୟଂଚାଳିତ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ବ୍ୟବସ୍ଥା ଦ୍ୱାରା ଶସ୍ୟ ସଂଗ୍ରହ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ ହୋଇପାରିବ। ଚଳିତ ବର୍ଷର ଶସ୍ୟ ସଂଗ୍ରହ ପ୍ରକ୍ରିୟାରେ ‘ବନ୍ଧନ ବିକାଶ କେନ୍ଦ୍ର’ ଅଂଶ ଗ୍ରହଣ କରିଛି।
ଏତଦ୍ବ୍ୟତୀତ ଭିଡିଭିକେଏସ୍
ପକ୍ଷରୁ ଶସ୍ୟଦ୍ରବ୍ୟଗୁଡ଼ିକର ପ୍ୟାକେଟ୍ ଓ ବ୍ରାଣ୍ଡ ପ୍ରସ୍ତୁତି କରିବା ସହିତ ଲଘୁ ବନଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଉଛି। ସ୍ଥାନୀୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ୍ୟଯୁକ୍ତ ନିମନ୍ତେ ଭି.ଡି.ଭି.କେ ସାଧାରଣ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏହା କୋଭିଡ୍ ସମୟରେ ଆଦିବାସୀମାନଙ୍କର ଆୟ ବୃଦ୍ଧିରେ ସହାୟକ ହୋଇପାରିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।