ମୋଦୀଙ୍କ ସହ ଚା’ ପଇବାକୁ ମିଳିବ ସୁଯୋଗ ; କେବଳ କରିବାକୁ ହେବ ଏହି ଗୋଟିଏ କାମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚା’ ପିଇବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ନରେନ୍ଦ୍ର ମୋଦୀ ନିଜେ ହିଁ ଆପଣଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି । ଏଥିପାଇଁ ମୋଦୀ ଏକ ସର୍ତ୍ତ ରଖିଛନ୍ତି । ତାହା ହେଉଛି ସଠିକ୍ ସମୟରେ ଆୟକର ପୈଠ କରିବା । ଯିଏ ସବୁଠାରୁ ଅଧିକ ଆୟକର ପୈଠ ସେହି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚା’ ପିଇବାର ସୁଯୋଗ ମିଳିବ । ମୋଦୀ ନିଜେ ସେହି ବ୍ୟକ୍ତିକୁ ଚା’ ପିଇବା ପାଇଁ ଆମନ୍ତ୍ରିତ କରିବେ । କେବଳ ସେତିକି ନୁହେଁ, ସବୁଠାରୁ ଅଧିକ ଆୟକର ପୈଠ କରିଥିବା ବ୍ୟକ୍ତିଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ ଚା’ ପିଇବାର ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ଆୟକର ପୈଠ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର ଏଭଳି ଯୋଜନା ଆରମ୍ଭ କରିବାକୁ କରିଛନ୍ତି । ଏହା ସହ ଆୟକର ଆଦାୟ ପ୍ରକ୍ରିୟାକୁ ମଧ୍ୟ ଅଧିକ ଗତିଶୀଳ କରିବାକୁ ଚାହୁଁଛନ୍ତି । ଜୁଲାଇରେ ହେବାକୁ ଥିବା ବଜେଟ ଅଧିବେଶନରେ ମୋଦୀ ସରକାର ଏହି ଯୋଜନାକୁ ଉପସ୍ଥାପନା କରିପାରନ୍ତି । ପ୍ରକୃତିରେ କେନ୍ଦ୍ର ସରକାର ଅଧିକରୁ ଅଧିକ ଯୋଜନା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ବଦ୍ଧିତ ସରକାରୀ ଖର୍ଚ୍ଚକୁ ଦୃଷ୍ଟରେ ରଖି ଏବଂ ଆୟକର ପୈଠ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ ମୋଦୀ ସରକାର ଏହି ପଦକ୍ଷେପ ନେଇଛନ୍ତି । ୨୦୧୮-୧୯ରେ ଅନଲାଇନ ଆୟକର ପୈଠକଙ୍କ ସଂଖ୍ୟା ହ୍ରାସ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ।

Comments are closed.