ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ବର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲା ପଦମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ୟାକ୍ସ କଲେକ୍ଟର ଦିନବନ୍ଧୁ ପଣ୍ଡା। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କ ନାମରେ କ୍ରୟ ହୋଇଥିବା କୋଠା ଉପରେ ହୋଲଡିଂ ନମ୍ବର ସ୍ଥାନାନ୍ତର ଏବଂ ବାର୍ଷିକ ହୋଲଡିଂ ଟ୍ୟାକ୍ସ ହ୍ରାସ ପାଇଁ ଦିନବନ୍ଧୁ ତାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଦିନବନ୍ଧୁ ସେହି ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

 

Comments are closed.