କରୋନା ମୁକାବିଲା ; ଟାଟା ଷ୍ଟିଲ ପକ୍ଷରୁ ଡିଜିଟାଲ ପଦକ୍ଷେପ

କଳିଙ୍ଗନଗର : ଟାଟା ଷ୍ଟିଲ ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ମାଧ୍ୟମରେ କରୋନା ଭାଇରସ୍ (କୋଭିଡ-୧୯) ମହାମାରୀ କୁ ରୋକିବା ପାଇଁ ବହୁ ପୂର୍ବରୁ ଉଦ୍ୟମ କରାଯାଉଛି। କମ୍ପାନୀ ପକ୍ଷରୁ ବିଭିନ୍ନ ଡିଜିଟାଲ ପଦକ୍ଷେପ ମାଧ୍ୟମରେ ତାର କାର୍ଯ୍ୟକ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଏହି ଭାଇରସ୍ ସମ୍ପର୍କରେ ସଚେତନ କରାଯାଉଛି।

କମ୍ପାନୀର କଳିଙ୍ଗନଗର, ବ୍ରାହ୍ମଣୀପାଳ ଓ ସୁକିନ୍ଦା କାର୍ଯ୍ୟକ୍ଷେତ୍ରରେ ଯାଜପୁର ଜିଲ୍ଳା ପ୍ରଶାସନ ସହଯୋଗରେ ସ୍ଥାନୀୟ ଲୋକାମାନଙ୍କୁ ଏହି ମହାମାରୀର ପ୍ରତିକାର ଓ ଏହାର ନିରାକରଣ ବିଷୟରେ ସଚେତନ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି।

ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଡିଜିଟାଲ ଅଭିଯାନ ମାଧ୍ୟମରେ ଲକ୍ଡାଉନ୍ ଓ ଏହାର ଆବଶ୍ୟକତା, ଉଚିତ ଓ ଅନୁଚିତ, ସତର୍କତାମୂଳକ ପଦକ୍ଷେପ ସହିତ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଲୋକଙ୍କୁ ସୂଚୀତ କରିବା ପାଇଁ ଏକ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି, ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଏହି ଭାଇରସକୁ ନେଇ ଥିବା ଆତଙ୍କକୁ କମ୍ କରିବାରେ ବିଶେଷ ସଫଳତା ମିଳିପାରିଛି।

ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ଏପର୍ଯ୍ୟନ୍ତ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩୭ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବାରେ ସଫଳ ହୋଇଛି। ଏହାସହିତ କମ୍ପାନୀ ନିଜର ଡିଜିଟାଲ ପଦକ୍ଷେପ ମାଧ୍ୟମରେ ୫୦ଟି ଗ୍ରାମ ପଞ୍ଚାୟତରେ ପହଞ୍ôଚବାକୁ ଲକ୍ଷ୍ୟ ରଖିଛି।

ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ସଂଗରୋଧ କେନ୍ଦ୍ରର ଆବଶ୍ୟକତା ଓ ଖାଦ୍ୟ ସାମଗ୍ରୀର ଉପଲବ୍ଧତା, ଦୈନିକ ମଜୁରୀ ଦ୍ୱାରା ଆୟ, ଆପାତକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ପରିବହନ ବ୍ୟବସ୍ଥା, ଲକଡାଉନ୍ ସମୟରେ ଦର ବୃଦ୍ଧି, ମାସ୍କର ଉପଲବ୍ଧତା ଭଳି ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯାଇଥିବାବେଳେ ଏହି ସବୁ ସମସ୍ୟାର ଯଥାସାଧ୍ୟ ସମାଧାନ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶା ବ୍ୟତୀତ ଜାମସେଦପୁର-କଳିଙ୍ଗନଗର କୋରିଡ଼ର ସହ କମ୍ପାନୀ ଉପସ୍ଥିତି ଥିବା ୧୧ଟି ସ୍ଥାନରେ ସମାନ ବ୍ୟବସ୍ଥା ଗ୍ରହଣ କରାଯାଉଛି।

Comments are closed.