ନଭେମ୍ବର ୧୭ରୁ ଟାଟା ଷ୍ଟିଲ ଚେସ ଇଣ୍ଡିଆ- ରାପିଡ ଆଣ୍ଡ ବ୍ଲିଜ ୨୦୨୧

ଭୁବନେଶ୍ୱର : ଟାଟା ଷ୍ଟିଲ ଚେସ୍‍ ଇଣ୍ଡିଆ ୩ୟ ସଂସ୍କରଣ ଟୁର୍ଣ୍ଣାମେଣ୍ଟ କୋଲକାତାର ପ୍ରସିଦ୍ଧ ନ୍ୟାସନାଲ ଲାଇବ୍ରେରୀରେ ଚଳିତ ନଭେମ୍ବର ୧୭ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । କୋଲକାତାରେ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ବିଶିଷ୍ଟ ଗ୍ରାଣ୍ଡମାଷ୍ଟରମାନଙ୍କୁ ଦେଖିବାକୁ ମିଳିବ ସେମାନଙ୍କ ମଧ୍ୟରେ ରହିଛନ୍ତି ଲେଭୋନ ଆରୋନିଆନ, ଲି କ୍ୱାଙ୍ଗ ଲିମ୍‍, ସାମ ଶାଙ୍କଲାଣ୍ଡ, ପାରହମ ମାଗସୁଡଲୁ, ବିଦିତ ଗୁଜରାଟି, ଅଧିବାନ ବାସ୍କରନ ଏବଂ ହରିକା ଦ୍ରୋଣାବଲି ଆଦି ଅନ୍ତର୍ଭୁକ୍ତ । ଯୁବ ଚେସ ତାରକାଙ୍କ ମଧ୍ୟରେ ନିହଲ ସରିନ, ଆର ପ୍ରଜ୍ଞାନାନନ୍ଦା, କାର୍ତ୍ତିକେୟନ ମୁରଲି, ଡି ଗୁକେଶ, ରୌନକ ସାଧୱାନି, ଅର୍ଜୁନ ଏରିଗାଇସି ଏବଂ ଆର ବୈଶାଳୀ ପ୍ରମୁଖ ରହିଛନ୍ତି, ଯେଉଁମାନେ ଆନ୍ତର୍ଜାତିକ ଚେସ ଦୁନିଆଁରେ ଉଦୀୟମାନ ତାରକା ଅଟନ୍ତି ।
ଏହି ଅବସରରେ ପ୍ରକାଶ କରି ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସ ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧରୀ କହିଛନ୍ତି, ଟାଟା ଷ୍ଟିଲ ଚେସ୍‍ ଇଣ୍ଡିଆର ତୃତୀୟ ସଂସ୍କରଣ କୋଲକାତାକୁ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଗର୍ବର ବିଷୟ ହୋଇଛି । ଏହି ଅବସରରେ କୋଭିଡ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ଏଥିରେ ଯୋଗଦେଉଥିବା ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତ୍ୟେକଟି ପଦକ୍ଷେପ ଗ୍ରହଣ କରାଯାଉଛି । ଅଗ୍ରଣୀ ମହିଳା ଗ୍ରାଣ୍ଡମାଷ୍ଟର ଏବଂ ଯୁବ ବାହିନୀଙ୍କ ସମେତ ଆମ ଦେଶର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଆମର ଆନ୍ତର୍ଜାତିକ ଗ୍ରାଣ୍ଡମାଷ୍ଟର ଯୋଗଦେଉଥିବା ଆମ ପାଇଁ ଅତ୍ୟନ୍ତ ଖୁସିର ବିଷୟ ହୋଇଛି । ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ୍‍ ଆମ୍ବାସାଡର ହୋଇଥିବାରୁ ବିଶ୍ୱନାଥନ ଆନନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Comments are closed.