ଟାଟା ପାୱାର ପକ୍ଷରୁ ‘ ସ୍ପର୍ଶ ଓ ନିଷ୍ଠା ‘ କାର୍ଯ୍ୟକ୍ରମ : ୨୨୨ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ

ପାଟଣା : ଟାଟା ପାୱାର ପକ୍ଷରୁ ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ରେ ‘ ସ୍ପର୍ଶ ଓ ନିଷ୍ଠା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରୁ ସହସ୍ରାଧିକ ବିଦ୍ୟୁତ ଉପଭୋକ୍ତା ଯୋଗ ଦେଇଥିବା ବେଳେ ମୋଟ ୧ ହଜାର ୧୭ଟି ଅଭିଯୋଗ ଆସିଥିଲା । ତନ୍ମଧ୍ୟରୁ ୫ଜଣଙ୍କର ମିଟର ସମସ୍ୟାର ସମାଧାନ, ୨ଜଣଙ୍କର ମିଟର ବଦଳ, ୧୧୭ ଜଣଙ୍କର ବିଲର ସଂଶୋଧନ,୯୮ ଜଣ ଉପଭୋକ୍ତାଙ୍କର ସୌଭାଗ୍ୟ ଯୋଜନାରେ ଵିଲ୍ ପ୍ରଦାନ ବ୍ୟବସ୍ଥା, ୧୭ ଜଣଙ୍କର ନୂତନ ସଂଯୋଗ ବ୍ୟବସ୍ଥା କରାଯାଇଥିଲା । ତୁରୁମୁଙ୍ଗା ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଉପଭୋକ୍ତା ମାନଙ୍କ ସମସ୍ୟା ସମାଧାନ ନେଇ ପରାମର୍ଶ ଦେଇଥିଲେ। ବିତ୍ତ ପରିଚାଳକ ସୁଦାମା ଚରଣ ଦେହୁରୀ, କିରାଣୀ ସରୋଜ ପାତ୍ର, ବ୍ୟବସାୟିକ ସହାୟକ ,ଚିତ୍ତରଞ୍ଜନ ଦାସ ଓ କୃତିବାସ ରାଉତ ପ୍ରମୁଖ ଯୋଗ ଦେଇ ସ୍ପର୍ଶ ଓ ନିଷ୍ଠା କାର୍ଯ୍ୟକ୍ରମରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ପଯ୍ୟନ୍ତ ଯାତ୍ରା ଲକ୍ଷ୍ୟକୁ ସଫଳ କରିବେ ବୋଲି କହିଥିଲେ।

Comments are closed.