ଆସୁଛି ଟାଟା ସବ ହାରିଅରର ନୂଆ ମଡେଲ କାର

0

ନୂଆଦିଲ୍ଲୀ : ଅଗ୍ରଣୀ ଏବଂ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ଟାଟା ସବ ହାରିଅରର ନୂଆ ମଡେଲ କାର ବଜାର ପ୍ରବେଶ କରିବାକୁ ଯୋଜନା ରଖିଛି। ଡିସେମ୍ବରରେ ଏହି କାରର ସମଗ୍ର ବିଶ୍ୱରେ ଲଞ୍ଚ କରାଯିବ। ଜାନୁଆରୀ ମାସରେ କମ୍ପାନୀ ଏହି କାରର ମୂଲ୍ୟ ସ୍ଥିର କରିବ। ବହୁଶୀଘ୍ର କମ୍ପାନୀର ୱେବସାଇଟରେ ଏହାର ବୁକିଂ ଆରମ୍ଭ କରାଯିବ। ଆଶାୟୀ ଗ୍ରାହକ ମାନେ ୩୦ ହଜାର ଟଙ୍କା ଦେଇ ଏହାର ବୁକିଂ କରିପାରିବେ ବୋଲି କମ୍ପାନୀ କହିଛି।
ଏହି କାରର ମୂଲ୍ୟ ୧୬ ରୁ ୨୧ ଲକ୍ଷ ଟଙ୍କା ରହିବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଏହି କାରରେ ଆକର୍ଷଣୀୟ ରୂପ, ଇନଫୋଟମେଣ୍ଟ ବ୍ୟବସ୍ଥା ଆଦି ସୁବିଧା ରହିଛି। ୧୪୦ବିଏଚପି, ୨.୦ ଲିଟର, ୪ ସିଲିଣ୍ଡର ଟର୍ବି ଡିଜେଲ ଇଞ୍ଜିନ ରହିଛି। ଏହି ସବୁ ସୁବିଧା ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି।

Leave A Reply