ତାରକିଶୋର ଓ ରେଣୁ ଦେବୀ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ

 

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି।

କାଟିହାରରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ତାରକିଶୋର ପ୍ରସାଦଙ୍କୁ ପୂର୍ବରୁ ବିଜେପି ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିବାରୁ,ସେ ଉପମୁଖ୍ୟମନ୍ତ୍ରୀ ହେବା ଆଶା କରାଯାଉଥିଲା। ଶେଷରେ ଦଳ ଏଥିରେ ମୋହର ମାରିଛି। ସେହିପରି ବିଜେପି ବିଧାୟକ ଦଳର ଉପନେତା ତଥା ବେତିଆର ବିଧାୟକ ରେଣୁ ଦେବୀଙ୍କୁ  ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ସୂଚନା ମିଳିଛି।

ଆଜି ଅପରାହ୍ଣରେ ଅନୁଷ୍ଠିତ ହେଉଥିବା ଶପଥ ଗ୍ରହଣ ସମାରୋହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

 

Comments are closed.