ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର

ଘଟଗାଁ : ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର । କରୋନା ସଂକ୍ରମଣକୁ ନେଇ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସମିଟ୍ ଜରିଆରେ ନିର୍ଦ୍ଦେଶନାମା ଜାରି କରଯାଇଛି । ରାଜ୍ୟରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ଆଜି ୧୦ ହଜାର ଉପରେ କରୋନା ମାମଲା ଆସିଛି । ସଂକ୍ରମଣକୁ ନଜରରେ ରଖି ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ବେଳେ, ଆସନ୍ତାକାଲି ଘଟଗାଁ ମା’ ତାରିଣୀ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ମା’ଙ୍କ ମନ୍ଦିରରେ ସେବକମାନେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।

Comments are closed.