ରସଗୋଲା ପରେ କଟକ ତାରକସି କାମକୁ ଜିଆଇ ଟ୍ୟାଗ ପାଇଁ ତେଜିଲା ଦାବି

କଟକ .- ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ପରେ ୨୦୧୮ ମସିହା ଫେବ୍ରୁଆରି ମାସରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇରେ ଥିବା ଜିଆଇ କାର୍ଯ୍ୟାଳୟରେ ବିଭିନ୍ନ ପ୍ରମାଣ ସହ ନଥିପତ୍ର ସହ ଦାଖଲ କରାଯାଇଥିଲା । ଜୁଲାଇ ୨୯ ତାରିଖ ୨୦୧୯ ମସିହାରେ ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି ।
ଏହାପରେ କଟକ ତାରକସି କାମକୁ ଜିଆ ଟ୍ୟାଗ ମିଳିବା ପାଇଁ ଦାବି ଜୋର ଧରିଛି। ବିଧାନ ସଭାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୁକିମ୍‌ ଏ ନେଇ ଏକ ଦାବି ଉପସ୍ଥାପନ କରିଥିଲେ ।

ପୂର୍ବରୁ ପିପିଲି ଚାନ୍ଦୁଆ ଓ ସମ୍ବଲପୁର ବାନ୍ଧ ଶାଢୀ , ଖଣ୍ଡୁଆ ଶାଢୀ, ଗୋପାଳପୁର ଟସର, ପଟ୍ଟ ଚିତ୍ର, ବମକେଇ ଶାଢୀ, ବ୍ରହ୍ମପୁର ପାଟ୍ଟ, ଜୋଡା ଓ ଗଞ୍ଜାମର କେତକି ଫୁଲକୁ ଜିଆଇ ଟ୍ୟାଗ ମିଳିଛି।

କଟକର ତାରକସି କାମ ଶହ ଶହ ବର୍ଷ ପୁରଣା ଓ ଏହା କଟକର ଐତିହକୁ ବହନ କରୁଥିବାରୁ ଏଥିପାଇଁ ଜିଆଇ ଟ୍ୟାଗ ଦାବି କରାଯାଇଛି । କଟକରେ ଦୂର୍ଗାପୂଜା ବେଳେ ତାରକସି କାମର ମେଢ ଓ ଅନ୍ୟାନ୍ୟ ସାଜସଜ୍ଜା ବି ଲାଗିଥାଏ । ତାରକସି କାମର ସ୍ୱତନ୍ତ୍ରତା ରହିଛି । ମାତ୍ର ଏବେ ଧୀରେ ଧୀରେ ଏବେ ସମୟ ବଦଳିବାରେ ଲାଗିଛି । ଏବେ କଟକରେ ଅଳ୍ପ କେତେକ ସ୍ଥାନରେ ତାରକସି କାମର ଦୋକନ ରହିଛି। ତାରକସି କାମ ପାଇଁ କାରୀଗରମାନଙ୍କୁ ଉଚିତ୍‌ ମୂଲ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି । ଏଥିପାଇଁ କେତକ କାରୀଗନ ଅନ୍ୟ ବେଉସାକୁ ଆପଣେଇ ନେଉଥିବାର ନଜିର ରହିଛି ।
ଜିଆଇ ଟ୍ୟାଗ ମିଳିଲେ ଏହାକୁ ଅଧିକ ଲୋକପ୍ରିୟ କରାଯାଇ ପାରିବ ବୋଲି କଟକର ଜିଲ୍ଲାପାଳ ଭାବନୀ ଶଙ୍କର ଚଇନି କହିଛନ୍ତି ।

Comments are closed.